ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି20 ଦେଶର ନେତାମାନେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି
ଗାନ୍ଧୀଜୀଙ୍କ ଶାଶ୍ବତ ଆଦର୍ଶ ଏକ ସାମଞ୍ଜସ୍ୟପୂର୍ଣ୍ଣ, ସମାବେଶୀ ଏବଂ ସମୃଦ୍ଧ ବିଶ୍ୱ ପାଇଁ ଆମ ସାମୁହିକ ଦୃଷ୍ଟିକୋଣର ମାର୍ଗଦର୍ଶନ କରୁଛି : ପ୍ରଧାନମନ୍ତ୍ରୀ
प्रविष्टि तिथि:
10 SEP 2023 12:26PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି20 ସଦସ୍ୟ ଦେଶର ନେତାମାନଙ୍କ ସହିତ ଆଜି ଐତିହାସିକ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେମାନେ ଏହି ତଥ୍ୟକୁ ଉପସ୍ଥାପନ କରିଛନ୍ତି ଯେ ଗାନ୍ଧୀଜୀଙ୍କ ଶାଶ୍ବତ ଆଦର୍ଶ ଏକ ସାମଞ୍ଜସ୍ୟପୂର୍ଣ୍ଣ, ସମାବେଶୀ ଏବଂ ସମୃଦ୍ଧ ବିଶ୍ବ ପାଇଁ ଆମ ସାମୁହିକ ଦୃଷ୍ଟିକୋଣର ମାଗଦର୍ଶନ କରିଥାଏ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି
‘‘ଐତିହାସିକ ରାଜଘାଟରେ, ଜି20 ପରିବାର ଶାନ୍ତି, ସେବା, କରୁଣା ଏବଂ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।
ଅନେକ ଦେଶ ଏକଜୁଟ ହେବା ସହିତ, ଗାନ୍ଧୀଜିଙ୍କ ଶାଶ୍ବତ ଆଦର୍ଶ ଏକ ସାମଞ୍ଜସ୍ୟପୂର୍ଣ୍ଣ, ସମାବେଶୀ ଏବଂ ସମୃଦ୍ଧ ବିଶ୍ବ ପାଇଁ ଆମର ସାମୁହିକ ଦୃଷ୍ଟିକୋଣର ମାର୍ଗଦର୍ଶନ କରୁଛି।’’
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ବିଟରରେ ପୋଷ୍ଟ କରିଛନ୍ତି :
‘‘ଜି20 ପରିବାର ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ବିଶ୍ବର ନେତାମାନେ ରାଜଘାଟର ପରିଦର୍ଶନ କରିଛନ୍ତି ଯେଉଁଠାରେ ସେମାନେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।’’
BS
(रिलीज़ आईडी: 1956068)
आगंतुक पटल : 188
इस विज्ञप्ति को इन भाषाओं में पढ़ें:
Kannada
,
Marathi
,
Gujarati
,
English
,
Urdu
,
हिन्दी
,
Bengali
,
Manipuri
,
Assamese
,
Punjabi
,
Tamil
,
Telugu
,
Malayalam