ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର ସହଯୋଗ, ଉଦ୍ଭାବନ ଏବଂ ମିଳିତ ପ୍ରଗତିର ପ୍ରତୀକ ହେବ: ପ୍ରଧାନମନ୍ତ୍ରୀ

Posted On: 09 SEP 2023 7:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡରକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହା ସହଯୋଗ, ନବସୃଜନ ଏବଂ ସହଭାଗୀ ପ୍ରଗତିର ପ୍ରତୀକ ହେବ ତଥା ସହଭାଗୀ ଆକାଂକ୍ଷା ଓ ସ୍ୱପ୍ନର ଯାତ୍ରା କରିବ ।

ଏକ୍ସ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟ କରି ଲେଖିଛନ୍ତି :

‘‘ସହଭାଗୀ ଆକାଂକ୍ଷା ଓ ସ୍ୱପ୍ନର ଯାତ୍ରା ଆରମ୍ଭ କରି, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର ସହଯୋଗ, ଉଦ୍ଭାବନ ଏବଂ ସହଭାଗୀ ପ୍ରଗତିର ପ୍ରତୀକ ହେବାର ସମ୍ଭାବନା ସୃଷ୍ଟି କରିଛି । ଇତିହାସ ଯେମିତି ସାମ୍ନାକୁ ଆସୁଛି, ଏହି କରିଡର ବିଭିନ୍ନ ମହାଦେଶରେ ମାନବିକ ପ୍ରୟାସ ଓ ଏକତାର ପ୍ରମାଣ ହୋଇପାରିବ।’’

 

********

P.S.



(Release ID: 1955917) Visitor Counter : 134