ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ମାଧ୍ୟମରେ ଭାରତର ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରଶଂସା କରିଛି ବିଶ୍ୱବ୍ୟାଙ୍କର ଜି-୨୦ ଦସ୍ତାବିଜ

Posted On: 08 SEP 2023 12:31PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱବ୍ୟାଙ୍କର ଅନୁସନ୍ଧାନକୁ ସେୟାର କରିଛନ୍ତି ଯାହା କି ସେହି ବ୍ୟାଙ୍କ ଏହାର ଜି-୨୦ ଦସ୍ତାବିଜରେ ଅନ୍ତର୍ଭୁକ୍ତ କରିଛି ଯେ ଭାରତ ମାତ୍ର ୬ ବର୍ଷ ମଧ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ କରିଛି ଯାହା ଅତି କମରେ ଦୀର୍ଘ ୪୭ ବର୍ଷ ସମୟ ନେଇଥାନ୍ତା ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି

‘‘ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଦ୍ୱାରା ପରିଚାଳିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣକ୍ଷେତ୍ରରେ ଭାରତର ଅଗ୍ରଗତି !

ବିଶ୍ବବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଜି-୨୦ ଦସ୍ତାବିଜରେ ଭାରତର ଅଭିବୃଦ୍ଧି ଉପରେ ଅତ୍ୟନ୍ତ ଆଗ୍ରହ ପ୍ରକାଶ ପାଇଛି। ଭାରତ ମାତ୍ର ୬ ବର୍ଷ ରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ କରିଛି ଯାହା ଅନ୍ୟଥା ଅତି କମରେ ଦୀର୍ଘ ୪୭ ବର୍ଷ ସମୟ ନେଇଥାନ୍ତା ।

ଆମର ସୁଦୃଢ଼ ଡିଜିଟାଲ ଦେୟ ଭିତ୍ତିଭୂମି ଏବଂ ଆମ ଲୋକଙ୍କ ଭାବନାକୁ ଅଭିନନ୍ଦନ । ଏହା ଦ୍ରୁତ ପ୍ରଗତି ଏବଂ ନବସୃଜନର ସମାନ ପ୍ରମାଣ ।

https://www.news18.com/india/if-not-for-digital-payment-infra-in-6-yrs-india-would-have-taken-47-yrs-to-achieve-growth-world-bank-8568140.html"

HS



(Release ID: 1955621) Visitor Counter : 125