ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କର୍କଟର ଚିକିତ୍ସା ନିମନ୍ତେ ଭିତ୍ତିଭୂମି ମଜଭୁତ କରିବା ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2023 8:11AM by PIB Bhubaneswar

କର୍କଟର ଚିିକିତ୍ସା ଲାଗି ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବ ସୂଚନା ଦେଇଛନ୍ତି ଯେ, ଇଏସଆଇ କର୍ପୋରେସନର ୧୯୧ତମ ବୈଠକରେ ଭାରତର ୩୦ ଏଏସଆଇସି ଡାକ୍ତରଖାନାରେ କେମୋଥେରାପି ସେବା ଆରମ୍ଭ କରାଯାଇଛି ।

ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘କର୍କଟ ରୋଗର ଚିକିତ୍ସା ପାଇଁ ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରଶଂସନୀୟ ପ୍ରୟାସ । ଏଥିରୁ ପୂରା ଦେଶରେ ବହୁ ଲୋକେ ଉପକୃତ ହେବେ ।’

SR


(ରିଲିଜ ଆଡି: 1954060) ପରିଦର୍ଶକ କାଉଣ୍ଟର : 202