ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗ୍ରୀକ୍ ଶିକ୍ଷାବିତଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
प्रविष्टि तिथि:
25 AUG 2023 10:31PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସରେ ଏଥେନ୍ସ ବିଶ୍ୱବିଦ୍ୟାଳୟରେ ଇଣ୍ଡୋଲୋଜିଷ୍ଟ ଏବଂ ସଂସ୍କୃତ ଓ ହିନ୍ଦୀ ପ୍ରଫେସର ଦିମିଟ୍ରିଓସ୍ ବାସିଲିୟାଡିସଙ୍କ ସମେତ ଏଥେନ୍ସ ବିଶ୍ୱବିଦ୍ୟାଳୟର ସୋସିଆଲ ଥିଓଲୋଜିର ଆସିଷ୍ଟାଣ୍ଟ ପ୍ରଫେସର ଡ. ଆପୋଷ୍ଟୋଲୋସ ମାଇକାଲିଡିସଙ୍କୁ ସାକ୍ଷାତ କରିଛନ୍ତି ।
ଭାରତୀୟ ଧର୍ମ, ଦର୍ଶନ ଏବଂ ସଂସ୍କୃତି ଉପରେ ନିଜ କାମ ବାବଦରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ଏହି ଆଲୋଚନାରେ ଭାରତୀୟ ଏବଂ ଗ୍ରୀକ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷାଗତ ସହଯୋଗକୁ ଗଭୀର କରିବାର ସମ୍ଭାବନା ଏବଂ ଭାରତ-ଗ୍ରୀସ୍ ସଂସ୍କୃତିକୁ ଆହୁରି ମଜଭୁତ କରିବାର ଉପାୟ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
SR
(रिलीज़ आईडी: 1953159)
आगंतुक पटल : 128
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam