ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗ୍ରୀକ୍ ଶିକ୍ଷାବିତଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 25 AUG 2023 10:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସରେ ଏଥେନ୍ସ ବିଶ୍ୱବିଦ୍ୟାଳୟରେ ଇଣ୍ଡୋଲୋଜିଷ୍ଟ ଏବଂ ସଂସ୍କୃତ ଓ ହିନ୍ଦୀ ପ୍ରଫେସର ଦିମିଟ୍ରିଓସ୍ ବାସିଲିୟାଡିସଙ୍କ ସମେତ ଏଥେନ୍ସ ବିଶ୍ୱବିଦ୍ୟାଳୟର ସୋସିଆଲ ଥିଓଲୋଜିର ଆସିଷ୍ଟାଣ୍ଟ ପ୍ରଫେସର ଡ. ଆପୋଷ୍ଟୋଲୋସ ମାଇକାଲିଡିସଙ୍କୁ ସାକ୍ଷାତ କରିଛନ୍ତି ।

ଭାରତୀୟ ଧର୍ମ, ଦର୍ଶନ ଏବଂ ସଂସ୍କୃତି ଉପରେ ନିଜ କାମ ବାବଦରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଏହି ଆଲୋଚନାରେ ଭାରତୀୟ ଏବଂ ଗ୍ରୀକ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷାଗତ ସହଯୋଗକୁ ଗଭୀର କରିବାର ସମ୍ଭାବନା ଏବଂ ଭାରତ-ଗ୍ରୀସ୍ ସଂସ୍କୃତିକୁ ଆହୁରି ମଜଭୁତ କରିବାର ଉପାୟ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

SR


(ରିଲିଜ ଆଡି: 1953159) ପରିଦର୍ଶକ କାଉଣ୍ଟର : 164