ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏଥେନ୍ସରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 AUG 2023 10:37PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସର ଏଥେନ୍ସ କଞ୍ଜରଭଟୋଏରଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଥିଲେ ।
ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଭାରତରେ ବର୍ତ୍ତମାନ ହେଉଥିବା ଅଦ୍ଭୁତପୂର୍ବ ପରିବର୍ତ୍ତନ ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ପ୍ରଗତି ଉପରେ ଆଲୋକପାତ କରିଥିଲେ । ଚନ୍ଦ୍ରଯାନ ମିଶନର ସଫଳତାକୁ ସେ ପ୍ରଶଂସା କରିଥିଲେ ।
ଭାରତ-ଗ୍ରୀସ୍ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆଗକୁ ନେବାରେ ଭାରତୀୟ ସମୁଦାୟର ଅବଦାନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ଭାରତର ବିକାଶ କାହାଣୀର ଅଂଶ ହେବାକୁ ସେମାନଙ୍କୁ ଅନୁରୋଧ କରିଥିଲେ ।
SR
(ରିଲିଜ ଆଡି: 1953157)
ପରିଦର୍ଶକ କାଉଣ୍ଟର : 124
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam