ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
25 AUG 2023 3:04PM by PIB Bhubaneswar
ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି।
ଅର୍ଡର ଅଫ୍ ଅନର ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା । ତାରାର ସମ୍ମୁଖ ପାର୍ଶ୍ୱରେ ଦେବୀ ଏଥେନାଙ୍କ ମୁଣ୍ଡକୁ "କେବଳ ସତ୍ପୁରୁଷମାନଙ୍କୁ ସମ୍ମାନ ଦିଆଯିବା ଉଚିତ" ଲେଖା ସହିତ ଚିତ୍ରିତ କରାଯାଇଛି ।
ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର ଗ୍ରୀସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରନ୍ତି, ଯେଉଁମାନେ ସେମାନଙ୍କର ଉଲ୍ଲେଖନୀୟ ପଦବୀ କାରଣରୁ ଗ୍ରୀସର ମର୍ଯ୍ୟାଦା ବୃଦ୍ଧି କରିବାରେ ଅବଦାନ ଦେଇଥାନ୍ତି ।
ପ୍ରଶଂସାପତ୍ରରେ କୁହାଯାଇଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ବନ୍ଧୁମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଏହି ଗସ୍ତ ଅବସରରେ ଗ୍ରୀକ୍ ରାଷ୍ଟ୍ର ଭାରତର ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିଛି, ଯିଏ କି ନିଜ ଦେଶର ବିଶ୍ୱସ୍ତରୀୟ ପହଂଚକୁ ନିରନ୍ତର ପ୍ରୋତ୍ସାହନ ଦେଇଛନ୍ତି ଏବଂ ଯିଏ ଭାରତର ଅର୍ଥନୈତିକ ପ୍ରଗତି ଏବଂ ସମୃଦ୍ଧି ପାଇଁ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଦେଶରେ ସାହସିକ ସଂସ୍କାର ଆଣିଛନ୍ତି । ଜଣେ ରାଷ୍ଟ୍ରନେତା ଯିଏ କି ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନକୁ ଅନ୍ତର୍ଜାତୀୟ ସ୍ତରରେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଛନ୍ତି ।
ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ଗ୍ରୀକ୍-ଭାରତ ବନ୍ଧୁତାକୁ ରଣନୀତିକ ପ୍ରୋତ୍ସାହନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଣ୍ଣାୟକ ଅବଦାନକୁ ମଧ୍ୟ ସ୍ୱୀକୃତି ମିଳିଛି ।
ପ୍ରଧାନମନ୍ତ୍ରୀ ଗ୍ରୀସର ରାଷ୍ଟ୍ରପତି ଶ୍ରୀମତୀ କାଟେରିନା ସାକେଲାରୋପୋଉଲୁ, ଗ୍ରୀସ ସରକାର ଏବଂ ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏକ୍ସରେ ଏହାକୁ ପୋଷ୍ଟ କରିଥିଲେ ।
HS
(ରିଲିଜ ଆଡି: 1952157)
ପରିଦର୍ଶକ କାଉଣ୍ଟର : 179
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam