ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୋଜାମ୍ବିକ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 24 AUG 2023 11:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 15ଶ ବ୍ରିକ୍‌ସ ଶିଖର ସମ୍ମିଳନୀ ଅବସରରେ 24 ଅଗଷ୍ଟ 2023 ରେ ଜୋହାନ୍ସବର୍ଗ ଠାରେ ମୋଜାମ୍ବିକ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଫିଲିପ୍ ଜେସିଣ୍ଟୋ ନ୍ୟୁସିଙ୍କ ସହିତ ସାକ୍ଷାତ କରିଛନ୍ତି।

ଉଭୟ ନେତା ଦ୍ବିପାକ୍ଷୀୟ ସମ୍ପର୍କକୁ ଆଗକୁ ନେବା ପାଇଁ ବିଭିନ୍ନ ଉପାୟ ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନାର ପ୍ରମୁଖ ବିଷୟରେ ସଂସଦୀୟ ସମ୍ପର୍କ, ପ୍ରତିରକ୍ଷା, ଆତଙ୍କବାଦର ଦମନ, ଶକ୍ତି, ଖନନ, ସ୍ବାସ୍ଥ୍ୟ, ବ୍ୟବସାୟ ଏବଂ ନିବେଶ, କ୍ଷମତା ନିର୍ମାଣ, ସମୁଦ୍ର ସହଯୋଗ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସାମିଲ୍ ରହିଛି।

ପ୍ରଧାନମନ୍ତ୍ରୀ ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍ ସମିଟ୍ରେ ରାଷ୍ଟ୍ରପତି ନ୍ୟୁସିଙ୍କ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି।

ରାଷ୍ଟ୍ରପତି ନ୍ୟୁସି ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆଫ୍ରିକାନ୍ ୟୁନିୟନରେ ଜି20 ର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପଦକ୍ଷେପର ପ୍ରଶଂସା କରିଛନ୍ତି।

BS


(Release ID: 1951936) Visitor Counter : 90