ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫିଡେ ବିଶ୍ୱକପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଜ୍ଞାନନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 24 AUG 2023 6:53PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଡେ ବିଶ୍ୱକପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଚେସ୍ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦଙ୍କୁ ପ୍ରଶଂସା କରିଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଫିଡେ ବିଶ୍ୱକପରେ ପ୍ରଜ୍ଞାନନ୍ଦଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମେ ଗର୍ବିତ । ସେ ତାଙ୍କ ଅସାଧାରଣ କୌଶଳ ପ୍ରଦର୍ଶନ କରିଥିଲେ ଏବଂ ଫାଇନାଲରେ ମ୍ୟାଗ୍ନସ କାର୍ଲସେନଙ୍କ ସହ କଡ଼ା ମୁକାବିଲା କରିଥିଲେ । ଏହା କୌଣସି ଛୋଟ ଉପଲବ୍ଧି ନୁହେଁ । ତାଙ୍କୁ ଆଗାମୀ ଟୁର୍ନାମେଣ୍ଟ ପାଇଁ ଶୁଭକାମନା ।’ 

SR


(ରିଲିଜ ଆଡି: 1951892) ପରିଦର୍ଶକ କାଉଣ୍ଟର : 182