ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ୍ ଗସ୍ତ (ଅଗଷ୍ଟ ୨୨-୨୫, ୨୦୨୩)

ପୋଷ୍ଟ କରାଯିବା ଦିନାଙ୍କ: 21 AUG 2023 1:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଶ୍ରୀ ମାଟାମେଲା ସିରିଲ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ୨୦୨୩ ଅଗଷ୍ଟ ୨୨-୨୪ରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ

ଗସ୍ତ କରିବେ ।

୨୦୧୯ ପରଠାରୁ ଏହା ବ୍ୟକ୍ତିଗତ ଉପସ୍ଥିତିରେ ପ୍ରଥମ ବ୍ରିକ୍ସ ସମ୍ମିଳନୀ ହେବ । ଶିଖର ସମ୍ମିଳନୀ ସମୂହ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ପ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତର ଗତିବିଧି କ୍ଷେତ୍ରକୁ ଚିହ୍ନଟ କରିବା ନିମନ୍ତେ ଏହା ସୁଯୋଗ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ବ୍ରିକ୍ସ ସମ୍ମିଳନୀ ପରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବ୍ରିକ୍ସ- ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ଡାଏଲଗ୍‌’ରେ ମଧ୍ୟ ଭାଗ ନେବେ, ଯେଉଁଠି ଦକ୍ଷିଣ ଆଫ୍ରିକା ଦ୍ୱାରା ନିମନ୍ତ୍ରିତ ହୋଇଥିôବା ଅନ୍ୟ ଦେଶ ବି ସାମିଲ ହେବେ ।

ଏହି ଗସ୍ତବେଳେ ପ୍ରଧାନମନ୍ତ୍ରୀ ଜୋହାନ୍ସବର୍ଗରେ ଅନ୍ୟନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ।

ଦକ୍ଷିଣ ଆଫ୍ରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ୨୦୨୩ ଅଗଷ୍ଟ ୨୫ରେ ଗ୍ରୀସ୍ ପ୍ରଧାନମନ୍ତ୍ରୀ ଶ୍ରୀ କିରିଆକୋସ୍ ମିତସୋଟାକିସଙ୍କ ନିମନ୍ତ୍ରଣ କ୍ରମେ  ଗ୍ରୀସ୍ ଗସ୍ତରେ ଯିବେ । ୪୦ ବର୍ଷରେ ଗ୍ରୀସକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ । 

ଗ୍ରୀସ୍ ଏବଂ ଭାରତ ମଧ୍ୟରେ ଥିବା ସଭ୍ୟତାଗତ ସମ୍ପର୍କ ନିକଟ ଅତୀତରେ ସାମୁଦ୍ରିକ ପରିବହନ, ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜିିବିନିଯୋଗ, ଲୋକଙ୍କ ମଧ୍ୟରେ ସମ୍ପର୍କ ଓ ସହଯୋଗରେ ମଜଭୁତ ହୋଇଛି । ପ୍ରଧାନମନ୍ତ୍ରୀ ଏହି ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ଗ୍ରୀସ୍ ପ୍ରଧାନମନ୍ତ୍ରୀ ମିତସୋଟାକିସଙ୍କ ସହ ବୈଠକରେ ଆଲୋଚନା କରିବେ । ଏଥିସହ ସେ ଉଭୟ ଦେଶର ପ୍ରମୁଖ ବ୍ୟବସାୟୀ ଏବଂ ଗ୍ରୀସରେ ଥିବା ଭାରତୀୟ ସମୁଦାୟଙ୍କ ସହ ମଧ୍ୟ ମତ ବିନିମୟ କରିବେ ।

 

SR


(ରିଲିଜ ଆଡି: 1950740) ପରିଦର୍ଶକ କାଉଣ୍ଟର : 176