ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉନ୍ନତ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଅବସରପ୍ରାପ୍ତ ସୈନିକଙ୍କ ଜୀବନର ମାନରେ ଉନ୍ନତି ହେବ : ପ୍ରଧାନମନ୍ତ୍ରୀ
प्रविष्टि तिथि:
11 AUG 2023 8:52PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅବସରପ୍ରାପ୍ତ ସୈନିକଙ୍କ ପାଇଁ କଲ୍ୟାଣ ଯୋଜନାକୁ ବୃଦ୍ଧି କରିବା ନିମନ୍ତେ ସରକାରଙ୍କ ଏହି ପଦକ୍ଷେପ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି ଯେ ଅବସରପ୍ରାପ୍ତ ସୈନିକଙ୍କ କଲ୍ୟାଣ ତଥା ସହଜ ଜୀବନଯାପନ ନୀତିକୁ ପ୍ରାଧାନ୍ୟ ଦେଇ ଅବସରପ୍ରାପ୍ତ ସୈନିକଙ୍କ ନିମ୍ନଲିଖିତ କଲ୍ୟାଣ ଯୋଜନା ଅଧୀନରେ ଏହି ପରିମାଣ ବୃଦ୍ଧି କରାଯାଇଛି।
1. ହାବିଲଦାର/ ସମକକ୍ଷ ଙ୍କ ବିଧବାଙ୍କୁ 20,000 ଟଙ୍କାରୁ 50,000 ଟଙ୍କା ପର୍ଯ୍ୟନ୍ତର ବ୍ୟାବସାୟିକ ପ୍ରଶିକ୍ଷଣ ଅନୁଦାନ।
2. ଅଣ-ପେନ୍ସନଧାରୀ ଅବସରପ୍ରାପ୍ତ ସୈନିକ/ ତାଙ୍କର ବିଧବାଙ୍କୁ 30,000 ଟଙ୍କାରୁ 50,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଅନୁଦାନ।
3. ଗୁରୁତର ରୋଗ ପାଇଁ ଅଣପେନସନଧାରୀ ଅବସରପ୍ରାପ୍ତ ସୈନିକ/ ସମସ୍ତ ରାଙ୍କର ଅଧିକାରୀଙ୍କ ବିଧବାଙ୍କ ପାର୍ଇ ଅନୁଦାନ 1.25 ଲକ୍ଷରୁ ବୃଦ୍ଧି କରି 1.50 ଲକ୍ଷ ଟଙ୍କା କରାଯାଇଛି।
ଏହା ଉପରେ ପ୍ରତିକ୍ରିୟା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘‘ଭାରତର ସେହି ସାହସୀ ଅବସରପ୍ରାପ୍ତ ସୈନିକମାନଙ୍କ ଉପରେ ଗର୍ବ କରୁଛି ଯେଉଁମାନେ ସେବାରେ ରହିଥିବା ସମୟରେ ଆମର ଦେଶର ରକ୍ଷା କରିଛନ୍ତି। ତାଙ୍କ ପାଇଁ ଅଧିକ ସୁବିଦା ସହିତ ଲାଗୁ କରାଯାଇଥିବା କଲ୍ୟାଣକାରୀ ଯୋଜନା ଦ୍ବାରା ତାଙ୍କର ଜୀବନ ସ୍ତରରେ ବହୁତ ଉନ୍ନତି ହେବ।’’
BS
(रिलीज़ आईडी: 1949378)
आगंतुक पटल : 155
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam