ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଛି, ସେତେବେଳେ ଆମେ ରାସ୍ତା ଦେଖାଇଛୁ ଏବଂ ପର୍ଯ୍ୟାବରଣ ପାଇଁ ଜୀବନ ଶୈଳୀ- ମିଶନ ଲାଇଫ ପଦକ୍ଷେପର ଶୁଭାରମ୍ଭ କରିଛୁ

Posted On: 16 AUG 2023 9:51AM by PIB Bhubaneshwar

77ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ G-20 ଶିଖର ସମ୍ମିଳନୀ ପାଇଁ ‘ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ’ର ଅବଧାରଣରକୁ ସମ୍ମୁଖରେ ରଖିଛୁ ଏବଂ ଆମେ ଏହି ଦିଗରେ କାର୍ଯ୍ୟ କରୁଛୁ । ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଛି, ସେତେବେଳେ ଆମେ ରାସ୍ତା ଦେଖାଇଛୁ ଏବଂ ପର୍ଯ୍ୟାବରଣ ପାଇଁ ଜୀବନ ଶୈଳୀ- ମିଶନ ଲାଇଫ ପଦକ୍ଷେପର ଶୁଭାରମ୍ଭ କରିଛୁ ।

 

 

 

ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ବିଶ୍ୱ ସହିତ ମିଳିମିଶି ଅନ୍ତରାଷ୍ଟ୍ରୀୟ ସୌର ମେଂଟ ପ୍ରତିଷ୍ଠା କରିଛୁ ଏବଂ ଏବେ ଅନେକ ଦେଶ ଅନ୍ତରାଷ୍ଟ୍ରୀୟ ସୌର ମେଂଟର ଅଂଶ ପାଲଟି ଯାଇଛନ୍ତି । ଆମେ ଜୈବ ବିବିଧତାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛୁ ଆଉ ‘ବିଗ କ୍ୟାଟ ସହଯୋଗ’ର ବ୍ୟବସ୍ଥାକୁ ଆଗକୁ ବଢାଇଛୁ ।

 

*****



(Release ID: 1949232) Visitor Counter : 99