ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦର, ପୋର୍ଟବ୍ଲେୟରର ନୂତନ ସମନ୍ୱିତ ରହଣିସ୍ଥଳ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
Posted On:
18 JUL 2023 1:47PM by PIB Bhubaneshwar
ନମସ୍କାର!
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ସମୁହର ଉପରାଜ୍ୟପାଳ ଶ୍ରୀ ଡି କେ ଯୋଗୀ ଜୀ, ମୋର କ୍ୟାବିନେଟର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ବି କେ ସିଂହ ଜୀ, ମୋର ସଂସଦର ସହକର୍ମୀ, ଅନ୍ୟ ସମସ୍ତ ମହାନୁଭବ, ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ସମୁହର ମୋର ଭାଇ ଏବଂ ଭଉଣୀମାନେ!
ଆଜିର ଏହି କାର୍ଯ୍ୟକ୍ରମ ହୁଏତ ପୋର୍ଟବ୍ଲେୟର ଠାରେ ଅନୁଷ୍ଠିତ ହେଉଛି କିନ୍ତୁ ସମଗ୍ର ଦେଶର ନଜର ଏହି ଆୟୋଜନ ଉପରେ ସ୍ଥିର ହୋଇ ରହିଛି । ଦୀର୍ଘ ଦିନରୁ ଆଣ୍ଡାମାନ-ନିକୋବର ଲୋକମାନଙ୍କର ଚାହିଦା ଥିଲା ଯେ ବୀର ସଭରକର ବିମାନବନ୍ଦରର କ୍ଷମତା ବୃଦ୍ଧି କରାଯାଉ । ଏବଂ ଆମର ପୂର୍ବ ସାଂସଦମାନେ ଥିଲେ, ସେମାନେ ପ୍ରତି ସପ୍ତାହରେ ମୋ ଚାମ୍ବରକୁ ଆସି ଏହି କାମ ପାଇଁ ଲାଗି ରହୁଥିଲେ । ତେବେ ସେମାନେ ଆଜି ବହୁତ ଖୁସି ଦେଖାଯାଉଛନ୍ତି ଏବଂ ମୁଁ ମୋର ସମସ୍ତ ପୁରୁଣା ସାଙ୍ଗମାନଙ୍କୁ ଟିଭିରେ ମଧ୍ୟ ଦେଖୁଛି । ଭଲ ହୋଇଥାନ୍ତା, ମୁଁ ଆଜି ଆପଣମାନଙ୍କ ମଧ୍ୟକୁ ଆସି ଏହି ଉତ୍ସବରେ ଭାଗ ନେଇଥାନ୍ତି । କିନ୍ତୁ ସମୟର ଅଭାବରୁ ଆସିପାରିଲି ନାହିଁ । କିନ୍ତୁ ଆପଣ ସମସ୍ତଙ୍କ ମୁହଁରେ ଦେଖାଯାଉଥିବା ଖୁସିକୁ ଦେଖିପାରୁଛି । ଆନନ୍ଦରେ ପରିପୂର୍ଣ୍ଣ ଏହି ପରିବେଶକୁ ମୁଁ ଅନୁଭବ କରିପାରୁଛି ।
ସାଥୀମାନେ,
ଯେଉଁମାନେ ଦେଶର ବିଭିନ୍ନ ସ୍ଥାନରୁ ସେଠାକୁ ଯିବାକୁ ଚାହାନ୍ତି ସେମାନଙ୍କର ମଧ୍ୟ ସମାନ ଇଚ୍ଛା ଥିଲା । ଅଦ୍ୟାବଧି ବିଦ୍ୟମାନ ଟର୍ମିନାଲର କ୍ଷମତା ପ୍ରତିଦିନ ୪୦୦୦ ପର୍ଯ୍ୟଟକଙ୍କୁ ପରିଚାଳନା କରିବାର ଥିଲା । ନୂତନ ଟର୍ମିନାଲ ନିର୍ମାଣ ହେବା ପରେ ଏହି ବିମାନବନ୍ଦରରେ ପ୍ରତିଦିନ ପ୍ରାୟ ୧୧ ହଜାର ପର୍ଯ୍ୟଟକଙ୍କୁ ପରିଚାଳନା କରିବାର କ୍ଷମତା ହୋଇପାରିଛି । ନୂତନ ବ୍ୟବସ୍ଥାରେ ବର୍ତ୍ତମାନ ୧୦ଟି ବିମାନ ଏକକାଳୀନ ବିମାନବନ୍ଦରରେ ଠିଆ ହୋଇପାରିବ । ଅର୍ଥାତ ଏଠାକୁ ନୂତନ ବିମାନ ଉଡ଼ାଣ ପାଇଁ ରାସ୍ତା ଖୋଲିଯାଇଛି । ଅଧିକ ବିମାନ ଆସିବା, ଅଧିକ ପର୍ଯ୍ୟଟକ ଆସିବାର ସିଧାସଳଖ ଅର୍ଥ ହେଉଛି ଅଧିକରୁ ଅଧିକ ରୋଜଗାର । ପୋର୍ଟବ୍ଲେୟରର ଏହି ନୂତନ ଟର୍ମିନାଲ ଭବନରେ ଟ୍ରାଭେଲର ସୁଗମତା ବଢ଼ିବ, ବ୍ୟବସାୟରେ ସହଜତା ବୃଦ୍ଧି ପାଇବ ଏବଂ ସଂଯୋଗ ମଧ୍ୟ ଉନ୍ନତ ହେବ । ଏହି ସୁବିଧା ପାଇଁ ମୁଁ ଦେଶର ଲୋକମାନଙ୍କୁ ଏବଂ ପୋର୍ଟବ୍ଲେୟରର ସମସ୍ତ ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଉଛି ।
ସାଥୀମାନେ,
ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତରେ ବିକାଶର ପରିସର କିଛି ବଡ଼ ସହର, କିଛି ଅଞ୍ଚଳ ପର୍ଯ୍ୟନ୍ତ ସୀମିତ ଥିଲା । କିଛି ଦଳର ସ୍ୱାର୍ଥପର ରାଜନୀତି ହେତୁ ବିକାଶର ଲାଭ ଦେଶର ଦୂରଦୂରାନ୍ତରରେ ପହଂଚି ପାରିନାହିଁ । ଏହି ଦଳଗୁଡ଼ିକ କେବଳ ସେହି କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦେଉଥିଲେ, ଯେଉଁଥିରେ ନିଜ ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ଭଲ ହେଉ । ଏହାର ଫଳାଫଳ ହେଲା ଯେ ଆମର ଆଦିବାସୀ ଅଞ୍ଚଳର ଲୋକମାନେ, ଯାହା ଆମର ଦ୍ୱୀପପୁଞ୍ଜ ଅଛି, ସେଠିକାର ଜନତା ବିକାଶରୁ ବଞ୍ଚôତ ହେଲେ, ବିକାଶ ପାଇଁ ବ୍ୟାକୁଳ ହେଲେ ।
ଗତ ୯ ବର୍ଷ ମଧ୍ୟରେ ଆମେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହିତ ପୂର୍ବ ସରକାରଙ୍କର ସେହି ଭୁଲଗୁଡ଼ିକୁ ସଂଶୋଧନ କରିଛୁ । ବର୍ତ୍ତମାନ ଭାରତରେ ବିକାଶର ଏକ ନୂତନ ମଡେଲ୍ ବିକଶିତ ହୋଇଛି । ଏହି ମଡେଲ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଅଛି । ଏହି ମଡେଲ ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶର ଅଟେ ଏବଂ ଯେତେବେଳେ ମୁଁ ସମସ୍ତଙ୍କର ବିକାଶର କଥା କହିବି- ତେବେ ଏହାର ଅର୍ଥ ବହୁତ ବ୍ୟାପକ ଅଟେ । ସମସ୍ତଙ୍କର ବିକାଶର ଅର୍ଥ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଶ୍ରେଣୀ, ପ୍ରତ୍ୟେକ କ୍ଷେତ୍ରରେ ବିକାଶ । ସମସ୍ତଙ୍କର ବିକାଶର ଅର୍ଥ ହେଉଛି ଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ, ସଂଯୋଗୀକରଣ, ପ୍ରତ୍ୟେକ କ୍ଷେତ୍ରରେ ବିକାଶରେ ପ୍ରତ୍ୟେକ ଦିଗର ବିକାଶ ।
ସାଥୀମାନେ,
ଏହି ଚିନ୍ତାଧାରା ସହିତ ଗତ ୯ ବର୍ଷ ମଧ୍ୟରେ ଆଣ୍ଡାମାନ-ନିକୋବରରେ ବିକାଶର ଏକ ନୂତନ ଗାଥା ଲେଖାଯାଇଛି । ପୂର୍ବ ସରକାରଙ୍କ ୯ ବର୍ଷରେ, ଅର୍ଥାତ ଆମ ପୂର୍ବରୁ ଥିବା ସରକାର ଆଣ୍ଡାମାନ-ନିକୋବରକୁ ପ୍ରାୟ ୨୩ ହଜାର କୋଟି ଟଙ୍କାର ବଜେଟ ବଣ୍ଟନ କରାଯାଇଥିଲା । ଯାହାକି ଆମ ସରକାରଙ୍କ ସମୟରେ, ୯ ବର୍ଷରେ ଆଣ୍ଡାମାନ-ନିକୋବରର ବିକାଶ ପାଇଁ ପ୍ରାୟ ୪୮ ହଜାର କୋଟି ଟଙ୍କାର ବଜେଟ ପ୍ରଦାନ କରାଯାଇଛି । ଅର୍ଥାତ ଆମ ସରକାର ଆଣ୍ଡାମାନ-ନିକୋବରର ବିକାଶ ପାଇଁ ପୂର୍ବ ତୁଳନାରେ ଦୁଇଗୁଣ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।
ପୂର୍ବ ସରକାରଙ୍କ ୯ ବର୍ଷରେ, ଆଣ୍ଡାମାନ-ନିକୋବରରେ ୨୮ ହଜାର ଘରକୁ ଜଳ ସଂଯୋଗ ସହିତ ସଂଯୁକ୍ତ ଥିଲା । ଆମ ସରକାରଙ୍କ ୯ ବର୍ଷରେ ଏଠାରେ ପ୍ରାୟ ୫୦ ହଜାର ଘରକୁ ଜଳ ସଂଯୋଗ ଯୋଗାଇ ଦିଆଯାଇଛି । ଅର୍ଥାତ ପ୍ରତ୍ୟେକ ଘରକୁ ଜଳ ଯୋଗାଇବା ପାଇଁ ଆମ ସରକାର ପୂର୍ବ ଅପେକ୍ଷା ଦୁଇଗୁଣ କାମ କରିଛନ୍ତି ।
ଆଜି ଏଠିକାର ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଅଛି । ଆଜି ଏଠିକାର ପ୍ରତ୍ୟେକ ଗରୀବ ଲୋକଙ୍କୁ ‘ୱାନ ନେସନ, ୱାନ ରାସନ’ କାର୍ଡର ସୁବିଧା ମିଳିଛି । ପୂର୍ବ ସରକାରଙ୍କ ସମୟରେ ଆଣ୍ଡାମାନ-ନିକୋବରରେ ଗୋଟିଏ ହେଲେ ମେଡିକାଲ କଲେଜ ମଧ୍ୟ ନ ଥିଲା । ଏହା ହେଉଛି ଆମ ସରକାର ଯିଏ ପୋର୍ଟବ୍ଲେୟରରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି ।
ପୂର୍ବ ସରକାର ସମୟରେ ଆଣ୍ଡାମାନ-ନିକୋବରରେ ଇଣ୍ଟରନେଟ କେବଳ ଉପଗ୍ରହ ଉପରେ ନିର୍ଭରଶୀଳ ଥିଲା । ଆମ ସରକାର ସମୁଦ୍ର ତଳେ ଶହ ଶହ କିଲୋମିଟର ସବମରିନ ଅପ୍ଟିକାଲ ଫାଇବର କେବୁଲ ବିଛାଇ, ଏହି ସମସ୍ୟାକୁ ଦୂର କରିଛନ୍ତି ।
ସାଥୀମାନେ,
ଆଣ୍ଡାମାନ-ନିକୋବରରେ ହେଉଥିବା ସୁବିଧାଗୁଡ଼ିକର ଏହି ବିକାଶ, ଏଠିକାର ପର୍ଯ୍ୟଟନକୁ ଉତ୍ସାହିତ କରୁଛି । ଯେତେବେଳେ ମୋବାଇଲ ସଂଯୋଗ ବୃଦ୍ଧି ହୋଇଥାଏ, ସେତେବେଳେ ପର୍ଯ୍ୟଟକମାନେ ମଧ୍ୟ ବୃଦ୍ଧି ପାଆନ୍ତି । ଯେତେବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆସିଥାଏ, ସେତେବେଳେ ପର୍ଯ୍ୟଟକଙ୍କ ଯିବା-ଆସିବା ଆହୁରି ବଢ଼ି ଯାଇଥାଏ । ପର୍ଯ୍ୟଟକ ଏଠାକୁ ଆସିବାକୁ ପସନ୍ଦ କରିଥାନ୍ତି । ଯେତେବେଳେ ଭଲ ରୋଡ୍ ହୋଇଥାଏ, ସେତେବେଳେ ପର୍ଯ୍ୟଟକ ନିଜ ଅଞ୍ଚଳରେ ଅଧିକ ସମୟ ବିତାଇଥାଏ । ସେଥିପାଇଁ ୨୦୧୪ ତୁଳନାରେ ଆଣ୍ଡାମାନ ଏବଂ ନିକୋବରକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।
ସ୍ନାଁକ୍ରିଲିଙ୍ଗ, ସ୍କୁବା ଟ୍ରାଇଭିଂ, ସି-କ୍ରୁଜ ଭଳି ଦୁଃସାହସିକ କାର୍ଯ୍ୟ ପାଇଁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏବଂ ସାଥୀମାନେ, ମୋର ଆଣ୍ଡାମାନ ନିକୋବରର ଭାଇ-ଭଉଣୀମାନେ ଶୁଣନ୍ତୁ, ଏହା ବର୍ତ୍ତମାନ କେବଳ ଆରମ୍ଭ ଅଟେ । ଆଗାମୀ ବର୍ଷରେ ଏହି ସଂଖ୍ୟା ବହୁଗୁଣିତ ହେବାକୁ ଯାଉଛି । ଏହି କାରଣରୁ ଆଣ୍ଡାମାନ-ନିକୋବରରେ ରୋଜଗାର ଏବଂ ଆତ୍ମନିଯୁକ୍ତିର ନୂତନ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ।
ସାଥୀମାନେ,
ଆଜି ଆଣ୍ଡାମାନ-ନିକୋବର ଐତିହ୍ୟ ତଥା ବିକାଶ ମଧ୍ୟ ଏହି ମହାନ ମନ୍ତ୍ରର ଜୀବନ୍ତ ଉଦାହରଣ ପାଲଟିଛି । ଆପଣ ଏହା ମଧ୍ୟ ଜାଣନ୍ତି ଯେ ଆଣ୍ଡାମାନ ଏବଂ ନିକୋବରର ଲାଲକିଲ୍ଲା ପୂର୍ବରୁ ମଧ୍ୟ ଏକ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। କିନ୍ତୁ ସେତେବେଳେ ମଧ୍ୟ ଏଠାରେ କେବଳ ଦାସତ୍ୱର ଚିହ୍ନ ଦେଖିବାକୁ ମିଳିଥିଲା ।
ଏହା ମୋର ସୌଭାଗ୍ୟ ଯେ ୨୦୧୮ ମସିହାରେ ମୁଁ ଆଣ୍ଡାମାନର ସେହି ସ୍ଥାନରେ ତ୍ରିରଙ୍ଗାକୁ ଉତ୍ତୋଳନ କରିଥିଲି, ଯେଉଁଠାରେ ନେତାଜୀ ସୁବାଷ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ଏହା ହେଉଛି ଆମର ସରକାର ଯିଏକି ନେତାଜୀ ସୁବାଷଙ୍କ ନାମରେ ରସ୍ ଦ୍ୱୀପ ନାମ ଦେଇଛନ୍ତି । ଏହା ଆମର ସରକାର ଯିଏକି ହାଭେଲକ ଏବଂ ନୀଲ ଦ୍ୱୀପକୁ ସ୍ୱରାଜ ଏବଂ ସହିଦ ଦ୍ୱୀପ ନାମରେ ନାମିତ କରିଛନ୍ତି । ଆମେ ହିଁ ୨୧ଟି ଦ୍ୱୀପପୁଞ୍ଜର ନାମ ରଖିଛୁ । ଯେଉଁ ସାହସ ତଥା ପରାକ୍ରମ ପ୍ରଦର୍ଶନ କରିଥିବା ବୀର ପୁତ୍ରଙ୍କ ନାମରେ, ପରମବୀର ଚକ୍ର ବିଜେତାମାନଙ୍କ ନାମରେ କରିଛୁ ଆଜି ଆଣ୍ଡାମାନ-ନିକୋବରର ଏହି ଦୁଇ ଦ୍ୱୀପ ସମଗ୍ର ଦେଶର ଯୁବକମାନଙ୍କୁ ଦେଶର ବିକାଶ ପାଇଁ ନୂତନ ପ୍ରେରଣା ଯୋଗାଉଛି ।
ସାଥୀମାନେ,
ସ୍ୱାଧୀନତାର ୭୫ ବର୍ଷରେ ଆମ ଭାରତ, କେଉଁଠାରୁ କେଉଁଠାକୁ ପହଞ୍ଚô ପାରିଥାନ୍ତି ଏବଂ ମୁଁ ଏହାକୁ ବଡ଼ ଦାୟିତ୍ୱର ସହିତ କହୁଛି, ଏହା କେଉଁଠିକୁ ପହଞ୍ଚô ପାରିଥାନ୍ତା ଆମ ଭାରତୀୟଙ୍କ ସାମର୍ଥ୍ୟରେ କୌଣସି ଅଭାବ କେବେ ହୋଇନାହିଁ । କିନ୍ତୁ ଦୁର୍ନୀତିଗ୍ରସ୍ତ ଏବଂ ପରିବାରଭିତ୍ତିକ ଦଳ ସବୁବେଳେ ସାଧାରଣ ଭାରତୀୟଙ୍କ ଏହି ଦକ୍ଷତା ପ୍ରତି ଅନ୍ୟାୟ କରି ଆସୁଛନ୍ତି । ଆଜି ୨୦୨୪ ନିର୍ବାଚନରେ ଆମ ସରକାରକୁ ଫେରାଇ ଆଣିବାକୁ ଦେଶର ଲୋକମାନେ ପୁଣିଥରେ ନିଷ୍ପତ୍ତି ନେଇଛନ୍ତି । ଏମିତି ଭାବରେ ଭାରତର ପରିସ୍ଥିତି ପାଇଁ କିଛି ଲୋକ ଦାୟୀ ଅଟନ୍ତି ଯେଉଁ ଲୋକମାନେ ସେମାନଙ୍କର ଦୋକାନ ଖୋଲି ବସିଛନ୍ତି । ଏସବୁଗୁଡ଼ିକ ଦେଖି ମୋର କବିତାର କିଛି ଧାଡ଼ି ମନେ ପଡ଼ିଯାଉଛି । ଜଣେ କବି ମହାଶୟ ଗୋଟିଏ ସମୟରେ ଲେଖିଥିବା ଏହି କବିତା ହେଉଛି-
“ଗାୟିତ କୁଛ୍ ହେ, ହାଲ କୁଛ୍ ହେ, ଲେବଲ୍ କୁଛ୍ ହେ, ମାଲ୍ କୁଛ୍ ହେ”
ଏହା ସେହି ୨୬ ରାଜନୈତିକ ଦଳଗୁଡ଼ିକ ପାଇଁ ବହୁତ ଉପଯୁକ୍ତ ଅଟେ, ଯାହା ୨୦୨୪ର ନିର୍ବାଚନ ପାଇଁ ଏକା ସହିତ ଆସିଛନ୍ତି ।
“ଗାୟିତ କୁଛ୍ ହେ, ହାଲ୍ କୁଛ୍ ହେ, ଲେବଲ୍ କୁଛ୍ ହେ, ଔର ମାଲ୍ କୁଛ୍ ହେ”
ତାହା ହେଉଛି ଗୀତ କେହି ଜଣେ ଗାଉଛନ୍ତି, କିନ୍ତୁ ସତ୍ୟତା ଅନ୍ୟକିଛି, ଲେବଲ ଅନ୍ୟ କାହାର କିଛି, ଯାହାକି ଉତ୍ପାଦ ଅନ୍ୟ କାହାର ଅଛି । ଏହା ହେଉଛି ସେମାନଙ୍କର ବେପାରର ସତ୍ୟତା, ସେମାନଙ୍କର ଦୋକାନରେ ଦୁଇଟି ଜିନିଷର ଗ୍ୟାରେଣ୍ଟି ରହିଥାଏ, ସର୍ବପ୍ରଥମେ ସେମାନେ ନିଜ ଦୋକାନରେ ଜାତିବାଦର ବିଷ ବିକ୍ରୟ କରିଥାନ୍ତି ଏବଂ ଦ୍ୱିତୀୟରେ, ଏହି ଲୋକମାନେ ଅସୀମିତ ଦୁର୍ନୀତିର ଲିପ୍ତ ଅଛି । ଆଜିକା ଦିନରେ ଏହି ଲୋକମାନେ ବାଙ୍ଗାଲୋରରେ ଏକତ୍ରିତ ହୋଇଛନ୍ତି ।
ଏକଦା ଏକ ପ୍ରସିଦ୍ଧ ସଂଗୀତ ଥିଲା, ମୋର ପୂରା ମନେ ନାହିଁ, କିନ୍ତୁ ମୋର ମନେ ପଡୁଛି- ଗୋଟିଏ ଚେହେରା ଉପରେ ଅନେକ ଚେହେରା ଲୋକମାନେ ଲଗାଇ ଦେଇଥାନ୍ତି । ଆପଣ ଦେଖନ୍ତୁ, ଏହି ଲୋକମାନେ କେତେ ଚେହେରା ଲଗେଇ ବସିଛନ୍ତି, ଯେତେବେଳେ ଏହି ଲୋକମାନେ କ୍ୟାମେରା ସମ୍ମୁଖରେ ଗୋଟିଏ ଫ୍ରେମ ମଧ୍ୟକୁ ଆସିଯାଇଥାନ୍ତି, ସେତେବେଳେ ପ୍ରଥମ ବିଚାର ଦେଶ ସମ୍ମୁଖରେ କ’ଣ ଆସିଥାଏ- ପ୍ରଥମ ବିଚାର ଦେଶର ଲୋକମାନଙ୍କ ମନରେ ଏହା ଆସିଥାଏ, ସମ୍ପୂର୍ଣ୍ଣ ଫ୍ରେମକୁ ଦେଖି ଦେଶବାସୀ ଏହା କହିଥାନ୍ତି- ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ଦୁର୍ନୀତି, ସେଥିପାଇଁ ଦେଶର ଲୋକମାନେ କହୁଛନ୍ତି ଯେ ଏହା ଏକ “କଟ୍ଟର ଦୁର୍ନୀତି ସମ୍ମିଳନୀ” ଅନୁଷ୍ଠିତ ହେଉଛି । ଏହି ଲୋକମାନେ ଗାଉଛନ୍ତି କିଛି, ପରିସ୍ଥିତି ଅନ୍ୟକିଛି । ସେମାନେ ଲେବଲ ଅନ୍ୟକିଛି ଉପରେ ରଖିଛନ୍ତି, ସାମଗ୍ରୀ ଅନ୍ୟକିଛି । ସେମାନଙ୍କ ଉତ୍ପାଦନ ହେଉଛି ୨୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତିର ଗ୍ୟାରେଣ୍ଟି ।
ସାଥୀମାନେ,
ଏହି ବୈଠକର ଆଉ ଏକ ବିଶେଷ କଥା ହେଉଛି, ଯଦି କେହି କୋଟି କୋଟି ଦୁର୍ନୀତିରେ ଜାମିନରେ ଅଛନ୍ତି, ତେବେ ତାଙ୍କୁ ବହୁତ ସମ୍ମାନର ସହିତ ଦେଖାଯାଉଛି । ଯଦି ସମସ୍ତ ପରିବାର ଜାମିନରେ ଅଛନ୍ତି, ତେବେ ଏହାର ଅଧିକ ଯତ୍ନ ନିଆଯାଉଛି । ଯଦି କୌଣସି ଏକ ଦଳର ବର୍ତ୍ତମାନର ଏକ ମନ୍ତ୍ରୀ ଦୁର୍ନୀତି ମାମଲାରେ ଜେଲକୁ ଯାଆନ୍ତି; ତେବେ ତାଙ୍କୁ ଅତିରିକ୍ତ ନମ୍ବର ଦେଇ, ‘ସ୍ୱତନ୍ତ୍ର ନିମନ୍ତ୍ରଣ’ କରି ଡକା ଯାଇଥାଏ । କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥାଏ, ତେବେ ଅପମାନିତ କରିଥାଏ । କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥାଏ, ତେବେ ସେ ବହୁତ ଆତିଥ୍ୟ ପ୍ରାପ୍ତ ହୋଇଥାଏ । ଯଦି କେହି ଅଦାଲତରୁ କୋଟି କୋଟି ଟଙ୍କାର ଘୋଟାଲାରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି; ତେବେ ଏହି ବୈଠକରେ ସାମିଲ ହେବାର ତାଙ୍କର ଯୋଗ୍ୟତା ଆହୁରି ମଧ୍ୟ ବଢ଼ଇ ଯାଇଥାଏ । ବରଂ ଏହି ଲୋକମାନେ ସେମାନଙ୍କ ଠାରୁ ମାର୍ଗଦର୍ଶନ ମାଗିଥାନ୍ତି । ଦୁର୍ନୀତିକୁ ନେଇ ସେମାନଙ୍କ ଭିତରେ ବହୁତ ଆତ୍ମୀୟତା ଅଛି, ବହୁତ ଭଲପାଇବା ଅଛି । ସେଥିପାଇଁ ୨୦ଲକ୍ଷ କୋଟି ଟଙ୍କାର ଦୁର୍ନୀତିର ଗ୍ୟାରେଣ୍ଟି ଦେଉଥିବା ଏହି ଲୋକମାନେ ଭଲପାଇବା ଏବଂ ଆତ୍ମୀୟତାର ସହ ମିଳାମିଶା କରିଥାନ୍ତି ।
ସାଥୀମାନେ,
ଦୁର୍ନୀତିର ଏହି ଦୋକାନରେ ଜଡ଼ିତ ସମସ୍ତ ପାରିବାରିକତାର ସମର୍ଥକ ଅଟନ୍ତି । ଖାତା କମ୍ବା ବହି ନୁହେଁ, ପରିବାର ଯାହା କୁହନ୍ତି, ତାହା ଠିକ । ଗଣତନ୍ତ୍ର ପାଇଁ ଏହା କୁହାଯାଏ- ଲୋକମାନଙ୍କ ବିଷୟରେ, ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ, କିନ୍ତୁ ଏହି ପରିବାରର ମନ୍ତ୍ର ହେଉଛି- ପରିବାରର, ପରିବାର ଦ୍ୱାରା, ପରିବାର ପାଇଁ । ପରିବାର ପ୍ରଥମ, ଜାତି କିଛି ନୁହେଁ ଏହି ଲୋକମାନଙ୍କ ମୂଳ, ଏହା ହେଉଛି ସେମାନଙ୍କର ପ୍ରେରଣା । ଏହି ଲୋକମାନେ ଦେଶର ଗଣତନ୍ତ୍ରକୁ, ଦେଶର ସମ୍ବିଧାନକୁ ନିଜର ବନ୍ଧକ କରିବାକୁ ଚାହୁଁଛନ୍ତି, ମୁଁ ସେମାନଙ୍କ ପାଇଁ ଏହା କେହିବାକୁ ଚାହିଁବି... ଘୃଣା ଅଛି, ଦୁର୍ନୀତି ଅଛି, ସନ୍ତୁଷ୍ଟି ଅଛି, ମନ ଅସ୍ୱଚ୍ଛ ଅଛି । ପରିବାରବାଦର ଆଗରେ, ଦଶନ୍ଧି ଧରି ଦେଶ କବଳରେ ରହିଆସିଛି ।
ସାଥୀମାନେ,
ଏମାନଙ୍କ ପାଇଁ ଦେଶର ଗରୀବଙ୍କ ପିଲାମାନଙ୍କର ବିକାଶ ନୁହେଁ ବରଂ ନିଜ ପିଲାମାନଙ୍କର, ନିଜର ଭାଇ ବନ୍ଧୁମାନଙ୍କର ବିକାଶ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଜିକାଲି ଆପଣ ଦେଖୁଛନ୍ତି ଯେ ଦେଶର ଷ୍ଟାର୍ଟଅପ୍ସ ବୃଦ୍ଧି ପାଉଛି । ଆମର ଯୁବକମାନେ ବହୁ ସଂଖ୍ୟାରେ ପେଟେଣ୍ଟ ପାଉଛନ୍ତି, ଟ୍ରେଡ୍ ମାର୍କ ବହୁ ସଂଖ୍ୟାରେ ପଞ୍ଜୀକୃତ ହୋଇଛି, ଝିଅମାନେ ଚମକ୍ରାର କରୁଛନ୍ତି ।
ଏହି ଯୁବ ଶକ୍ତି ଆମ ଦେଶରେ ପୂର୍ବରୁ ମଧ୍ୟ ଥିଲା କିନ୍ତୁ ଏହି ରାଜବଂଶ ଦଳମାନେ ଦେଶର ସାଧାରଣ ଯୁବକମାନଙ୍କ ଶକ୍ତି ପ୍ରତି ନ୍ୟାୟ ଦେଇ ନ ଥିଲେ । ସେମାନଙ୍କର କେବଳ ଗୋଟିଏ ଆଦର୍ଶ ଅଛି, କେବଳ ଗୋଟିଏ ଏଜେଣ୍ଡା- ଆପଣଙ୍କ ପରିବାରକୁ ବଞ୍ଚାନ୍ତୁ, ପରିବାର ପାଇଁ ଦୁର୍ନୀତି ବଢ଼ାନ୍ତୁ! ସେମାନଙ୍କର ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ହେଉଛି- ଦେଶର ବିକାଶକୁ ବନ୍ଦ କରିବା, ସେମାନଙ୍କ କୁଶାସନ ଉପରେ ଥିବା ପରଦାକୁ ଘୋଡ଼ାଇବା ଏବଂ ସେମାନଙ୍କ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ।
ବର୍ତ୍ତମାନ ଦେଖନ୍ତୁ, ଏହି ଗୋଷ୍ଠୀ ସବୁ ଯେଉଁଠି ଏକତ୍ରିତ ହୋଇଛନ୍ତି, ସେମାନଙ୍କ ପରିବାର ଠାରେ ସବୁଠୁ ବଡ଼ ଦୁର୍ନୀତି ଏବଂ ଅପରାଧ ଉପରେ ମୁହଁ ବନ୍ଦ କରି ଦେଇଛନ୍ତି । ଯେତେବେଳେ କୌଣସି ଏକ ରାଜ୍ୟରେ ସେମାନଙ୍କର ବିଭ୍ରାଟ ଉନ୍ମୋଚିତ ହୁଏ । ସେତେବେଳେ ଅନ୍ୟ ରାଜ୍ୟର ଏହି ଲୋକମାନେ ତୁରନ୍ତ ଏହା ଉପରେ ଯୁକ୍ତି ଦେବା ଆରମ୍ଭ କରି ଦେଇଥାନ୍ତି । କେଉଁଠି ବନ୍ୟା ପରିସ୍ଥିତିରେ ଦୁର୍ନୀତି ହୋଇଥାଏ, କାହାର ଅପହରଣ ହୋଇଥାଏ, ତା’ପରେ ପରିବାରର ସମସ୍ତ ଲୋକ ପ୍ରଥମେ ଚୁପ୍ ହୋଇ ଯାଇଥାନ୍ତି ।
ଆପଣ ଦେଖିଥିବେ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଠାରେ ଖୋଲା ହିଂସା, କ୍ରମାଗତ ଭାବେ ରକ୍ତପାତ ହୋଇଥିଲା । ଏପରିକି ଏହା ଉପରେ ମଧ୍ୟ ସମସ୍ତଙ୍କର କହିବା ବନ୍ଦ ହୋଇଯାଇଛି। କଂଗ୍ରେସର, ପୂର୍ବତନ କାର୍ଯ୍ୟକର୍ତ୍ତା ସେମାନେ ନିଜକୁ ବଞ୍ଚାଇବାରେ ଲାଗି ପଡ଼ିଛନ୍ତି । କିନ୍ତୁ କଂଗ୍ରେସ ଏବଂ ପୂର୍ବରୁ ନେତାମାନେ ନିଜ ସ୍ୱାର୍ଥରେ, ନିଜର କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ମରିବା ପାଇଁ ଛାଡ଼ି ଦେଇଛନ୍ତି ।
ରାଜସ୍ଥାନରେ ଝିଅମାନଙ୍କୁ ନିର୍ଯାତନା ଦିଆଯାଉଛି କିମ୍ବା ପରୀକ୍ଷା କାଗଜପତ୍ର ଲିକ୍ ହେଉଛି, ସେମାନଙ୍କୁ କିଛି ଦେଖାଯାଉ ନାହିଁ । ପରିବର୍ତ୍ତନର କଥା କହି ଜନତାଙ୍କ ସହିତ ବିଶ୍ୱାସଘାତକ କରୁଥିବା ଯେତେବେଳେ କୋଟି କୋଟି ମୂଲ୍ୟର ମଦ ଘୋଟାଲା କରନ୍ତି, ସେତେବେଳେ ଏହି ପରିବାର ପୁନର୍ବାର ସେମାନଙ୍କୁ ଆବରଣ ନେବା ଆରମ୍ଭ କରି ଦେଇଥାନ୍ତି । ସେମାନଙ୍କର ଖୋଲା ଦୁର୍ନୀତି ସେତେବେଳେ ସେମାନଙ୍କୁ ଦୃଶ୍ୟମାନ ବନ୍ଦ ହୋଇ ଯାଇଥାଏ ।
ଯେତେବେଳେ ଦେଶର କୌଣସି ଏଜେନ୍ସି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି, ସେତେବେଳେ ସେମାନଙ୍କର ଟେପ୍ ରେକର୍ଡର ଆରମ୍ଭ ହୋଇ ଯାଇଥାଏ- କିଛି ହୋଇନାହିଁ... ସବୁ ଏକ ଷଡ଼ଯନ୍ତ୍ର, ଆମକୁ ଫସାଯାଉଛି । ଆପଣ ତାମିଲନାଡୁରେ ଦେଖୁନ୍ତ, ଦୁର୍ନୀତିର, ଭ୍ରଷ୍ଟାଚାରର ଅନେକ ମାମଲା ସମ୍ମୁଖକୁ ଆସୁଛି । କିନ୍ତୁ ତାଙ୍କ ପରିବାରର ସମସ୍ତ ଦଳ ସମସ୍ତଙ୍କୁ କ୍ଲିନ୍ ଚିଟ୍ ଦେଇ ସାରିଛନ୍ତି । ସେଥିପାଇଁ ଏହି ଲୋକମାନଙ୍କୁ ଚିହ୍ନୁଥାନ୍ତୁ ସାଥୀମାନେ, ଏମାନଙ୍କୁ ଜାଣି ନିଅନ୍ତୁ । ଏମାନଙ୍କ ଠାରୁ ସତର୍କ ରୁହନ୍ତୁ ଭାଇ-ଭଉଣୀମାନେ ।
ସାଥୀମାନେ,
ଏହି ଲୋକମାନଙ୍କର ଷଡ଼ଯନ୍ତ୍ର ମଧ୍ୟରେ, ଆମକୁ ଦେଶର ବିକାଶ ପାଇଁ ନିଜକୁୂ ଉତ୍ସର୍ଗ କରିବାକୁ ପଡ଼ିବ । ଆଜି ଦୁନିଆରେ ଅନେକ ଉଦାହରଣ ଅଛି, ଯେଉଁଠାରେ ଦ୍ୱୀପପୁଞ୍ଜ ଏବଂ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଛୋଟ ଦେଶଗୁଡ଼ିକ ଅଭୁତପୂର୍ବ ପ୍ରଗତି କରୁଛନ୍ତି । ଯେତେବେଳେ ସେମାନେ ଏହି ଅଗ୍ରଗତି ରାସ୍ତା ବାଛିଲେ, ସେତେବେଳେ ସେମାନଙ୍କ ସମ୍ମୁଖରେ ମଧ୍ୟ ଆହ୍ୱାନ ଥିଲା ।
ସବୁକିଛି ସହଜ ନ ଥିଲା, କିନ୍ତୁ ସେହି ଦେଶଗୁଡ଼ିକ ଦର୍ଶାଉଛନ୍ତି ଯେ, ଯେତେବେଳେ ବିକାଶ ଆସିଥାଏ, ସେତେବେଳେ ଏହା ସମସ୍ତ ପ୍ରକାରର ସମାଧାନ ନେଇ ଆସିଥାଏ । ମୋର ବିଶ୍ୱାସ ଅଛି, ଆଣ୍ଡାମାନ-ନିକୋବର ଦ୍ୱୀପ ସମୁହରେ ହେଉଥିବା ବିକାଶର କାର୍ଯ୍ୟ ଏହି ସମଗ୍ର ଅଞ୍ଚଳକୁ ଆହୁରି ମଜବୁତ କରିବ । ସଂଯୋଗର ଏହି ନୂତନ ସୁବିଦା, ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ଟର୍ମିନାଲ ସମସ୍ତଙ୍କ ପାଇଁ ଲାଭଦାୟକ ହେବ ।
ଏହି ଶୁଭକାମନା ସହିତ ଭିଡିଓ କନଫରେନ୍ସର ଏହି କାର୍ଯ୍ୟକ୍ରମରେ ମଧ୍ୟ ଏତେ ସଂଖ୍ୟାରେ ଆପଣମାନେ ଆସିଥିଲେ, ଆପଣମାନଙ୍କ ଖୁସୀ ମୁଁ ଏଠାରୁ ଅନୁଭବ କରିପାରୁଛି । ଆପଣମାନଙ୍କ ଉତ୍ସାହ ମୁଁ ଅନୁଭବ କରିପାରୁଛି ।
ଏହି ଅବସରରେ ଏକ ନୂତନ ବିଶ୍ୱାସ; ନୂତନ ସଂକଳ୍ପ ସହିତ ଦେଶ ଆଗକୁ ବଢ଼ିବା ଉଚିତ, ଆଣ୍ଡାମାନ-ନିକୋବର ମଧ୍ୟ ଆଗକୁ ବଢୁ । ଏହି କାମନା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା, ବହୁତ ବହୁତ ଧନ୍ୟବାଦ ।
NS/MB
(Release ID: 1940831)
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam