ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫ୍ରାନ୍ସ ମହାକାଶଚାରୀ, ପାଇଲଟ୍ ତଥା ଅଭିନେତା ଥୋମାସ୍ ପେସ୍କେଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 14 JUL 2023 10:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୪ରେ ଫ୍ରାନ୍ସ ଏରୋସ୍ପେସ୍ ଇଞ୍ଜିନିୟର, ପାଇଲଟ୍‌, ୟୁରୋପୀୟ ସ୍ପେସ୍ ଏଜେନ୍ସି ମହାକାଶଚାରୀ ତଥା ଅଭିନେତା ଶ୍ରୀ ଥୋମାସ ପେସ୍କେଟଙ୍କୁ ଭେଟିଛନ୍ତି ।

ମହାକାଶ କ୍ଷେତ୍ରରେ ଭାରତର ଅଗ୍ରଗତି ବିଶେଷକରି ଷ୍ଟାର୍ଟଅପ୍ ଏବଂ ଘରୋଇ ସେକ୍ଟରର ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ପେସ୍କେଟଙ୍କ ସହ ଆଲୋଚନା କରିଥିଲେ । ମହାକାଶ ଅନୁସନ୍ଧାନରେ ସହଯୋଗକୁ ବିସ୍ତାର କରିବା ଏବଂ ଯୁବବର୍ଗଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ପେସ୍କେଟଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି ।

ପେସ୍କେଟ ମଧ୍ୟ ଜଣେ ମହାକାଶଚାରୀଭାବେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ ଏବଂ ଭବିଷ୍ୟତରେ ମହାକାଶ କାର୍ଯ୍ୟକ୍ରମ ଓ ପ୍ରଯୁକ୍ତିବିଦ୍ୟା ଉପରେ ଆଲୋଚନା କରିଥିଲେ ।

SR



(Release ID: 1939690) Visitor Counter : 87