ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚନ୍ଦ୍ରଯାନ-3 ଭାରତର ମହାକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ରଚିଛି : ପ୍ରଧାନମନ୍ତ୍ରୀ

Posted On: 14 JUL 2023 3:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-3ର ଉତ୍‌କ୍ଷେପଣକୁ ନେଇ ମହାକାଶରେ ଭାରତର ବୈଜ୍ଞାନିକମାନଙ୍କ ନିରନ୍ତର ସମର୍ପଣକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତୀୟ ମହାକାଶ ଗବେଷଣା ସଂଗଠନର ଏକ ଟୁଇଟ୍‌ ଶେୟାର କରି ଟୁଇଟ୍‌ କରିଛନ୍ତି :

‘‘ଚନ୍ଦ୍ରଯାନ-3 ଭାରତର ମହାକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ରଚନା କରିଛି । ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଓ ମହତ୍ୱକାଂକ୍ଷାକୁ ଊର୍ଦ୍ଧ୍ୱକୁ ନେଇଛି । ଏହି ମହତ୍ୱପୂର୍ଣ୍ଣ ଉପଲବ୍ଧି ଆମ ବୈଜ୍ଞାନିକଙ୍କ ନିରନ୍ତର ସମର୍ପଣର ପ୍ରମାଣ । ମୁଁ ସେମାନଙ୍କ ଭାବନା ଓ ପ୍ରତିଭାକୁ ଅଭିନନ୍ଦନ ଜଣାଉଛି ।

*****

P.S.



(Release ID: 1939543) Visitor Counter : 119