ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫ୍ରାନ୍ସ ଗଣରାଜ୍ୟର ପ୍ୟାରିସ ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Posted On: 13 JUL 2023 5:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩, ୨୦୨୩ ଅପରାହ୍ନରେ ପ୍ୟାରିସ ଠାରେ ପହଞ୍ଚିଛନ୍ତି ।  

 

ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ଏଲିଜାବେଥ ବର୍ନ ବିମାନ ବନ୍ଦର ଠାରେ ସ୍ୱତନ୍ତ୍ର ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରାଯିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । 

 

ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାସ୍ତିଲ ଦିବସ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଏହି ଗସ୍ତ ଭାରତ- ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ସମାରୋହର ମଧ୍ୟ ପ୍ରତୀକ । 

 

SR



(Release ID: 1939323) Visitor Counter : 118