ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ବୃଦ୍ଧି
ପୋଷ୍ଟ କରାଯିବା ଦିନାଙ୍କ:
10 JUL 2023 12:17PM by PIB Bhubaneswar
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 31 ଜୁଲାଇ 2023 ରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ବୃଦ୍ଧି କରିଛି।
ସାଧାରଣ ଜନତାଙ୍କୁ ସୂଚନା ଦିଆଯାଉଛି ଯେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମଆରବିପି), 2024 ପାଇଁ ଆବେଦନଗୁଡ଼ିକ ବର୍ତ୍ତମାନ ଜାତୀୟ ପୁରସ୍କାର ପୋର୍ଟାଲ (https://awards.gov.in) ରେ ଆରମ୍ଭ ହୋଇଛି। ସାହସିକତା, କ୍ରୀଡା, ସାମାଜିକ ସେବା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପରିବେଶ, କଳା ଏବଂ ସଂସ୍କୃତି ଏବଂ ଅଭିନବ କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ, ଯାହା ଜାତୀୟ ସ୍ତରରେ ସ୍ୱୀକୃତି ପାଇବାକୁ ଯୋଗ୍ୟ।
ଯେ କୌଣସି ଶିଶୁ, ଯିଏ ଜଣେ ଭାରତୀୟ ନାଗରିକ ଏବଂ ଭାରତରେ ବାସ କରନ୍ତି, ଏବଂ 18 ବର୍ଷରୁ ଅଧିକ ନୁହେଁ (ଆବେଦନ / ନାମାଙ୍କନ ପତ୍ରର ଶେଷ ତାରିଖ ସୁଦ୍ଧା) ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ଅନ୍ୟ କୌଣସି ବ୍ୟକ୍ତି ମଧ୍ୟ ପୁରସ୍କାର ପାଇଁ ଯୋଗ୍ୟ ପିଲାଙ୍କୁ ମନୋନୀତ କରିପାରିବେ। ପିଏମଆରବିପି ପାଇଁ ଆବେଦନଗୁଡିକ କେବଳ ଅନଲାଇନ୍ ପୋର୍ଟାଲ୍ https://awards.gov.in ରେ ଗ୍ରହଣ କରାଯିବ, ଯାହା ଏହି ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି।
BS
(ରିଲିଜ ଆଡି: 1938434)
ପରିଦର୍ଶକ କାଉଣ୍ଟର : 247
ଏହି ରିଲିଜ ପଢନ୍ତୁ :
Gujarati
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam