ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ପ୍ରଧାନମନ୍ତ୍ରୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି

Posted On: 01 JUL 2023 10:42AM by PIB Bhubaneshwar

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ଆମେ ଏକ ପେସାଦାର ସମୁଦାୟକୁ ସମ୍ମାନ ଦେଉଛୁ; ଯିଏ କି ଆମ ଦେଶର ପ୍ରମୁଖ ଆର୍ଥିକ ସ୍ଥପତିଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କ ବିଶ୍ଲେଷଣାତ୍ମକ କୌଶଳ ଏବଂ ଦୃଢ଼ ପ୍ରତିବଦ୍ଧତା ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପାରଦର୍ଶିତା ଏକ ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସାହାଯ୍ୟ କରେ ।’

SR



(Release ID: 1936612) Visitor Counter : 100