ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉଲ୍ଲେଖନୀୟ ଅବଦାନ ପାଇଁ ଜିଇଏମ ଇଣ୍ଡିଆର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
Posted On:
28 JUN 2023 9:40AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖନୀୟ ଅବଦାନ ପାଇଁ ଜିଇଏମ ଇଣ୍ଡିଆର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଏକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି ଯେ ଜିଇଏମ ଇଣ୍ଡିଆର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ କ୍ରେତା-ବିକ୍ରେତା ଗୌରବ ସମ୍ମାନ ସମାରୋହ ୨୦୨୩ ରେ ସମ୍ମାନିତ ଏବଂ ପୁରସ୍କୃତ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କ୍ରେତା ବିକ୍ରେତା ଗୌର ସମ୍ମାନ ସମାରୋହ ୨୦୨୩ ଜିଣିଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସରକାରୀ ଇ-ମାର୍କେଟପ୍ଲେସ୍ ଦ୍ୱାରା ଏହି ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଶ୍ରୀ ପୀୟୁଷ ଗୋୟଲଙ୍କ ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଉଲ୍ଲେଖନୀୟ ଅବଦାନ ପାଇଁ ଜିଇଏମ୍ ଇଣ୍ଡିଆର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଅଭିନନ୍ଦନ । ଏଭଳି ପ୍ରୟାସ ସମୃଦ୍ଧତା ଏବଂ ଆତ୍ମର୍ନିଭରଶୀଳତା ପାଇଁ ଭାରତର ଯାତ୍ରାକୁ ଦୃଢ କରିଥାଏ ।
HS
(Release ID: 1936075)
Read this release in:
Assamese
,
English
,
Urdu
,
Marathi
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam