ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 JUN 2023 7:09PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦ ନାଇଲ୍’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦଲ ଫତେହ ଅଲ ସିସି ୨୫ ଜୁନ୍ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ନାଗରିକଙ୍କ ତରଫରୁ ଏହି ସମ୍ମାନ ପାଇଁ ରାଷ୍ଟ୍ରପତି ଅଲ ସିସିଙ୍କୁ ଧନ୍ୟବାଦ ଜଣାଇଥିଲେ।
ପ୍ରଥମ ଭାରତୀୟ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାର ପାଇଛନ୍ତି।
*******
P.S.
(ରିଲିଜ ଆଡି: 1935259)
ପରିଦର୍ଶକ କାଉଣ୍ଟର : 204
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam