ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 21 JUN 2023 2:37PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଆମେରିକୀୟ ବିଶେଷଜ୍ଞ ଗୋଷ୍ଠିଙ୍କୁ ଭେଟିଛନ୍ତି

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର, ଏକୀକୃତ ଔଷଧ ଉପରେ ଅଧିକ ଧ୍ୟାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ସହିତ ସ୍ୱାସ୍ଥ୍ୟର ଡୋମେନ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଏବଂ ବିଶେଷଜ୍ଞମାନେ ଆଲୋଚନା କରିଥିଲେ

ପାରସ୍ପରିକ ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞଙ୍କ ମାନଙ୍କ ମଧ୍ୟରେ :

  • ଟେକ୍ସାସର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଟ୍ରପିକାଲ୍ ମେଡିସିନ୍ ପ୍ରତିଷ୍ଠାତା ଡିନ ଡକ୍ଟର ପିଟର ହୋଟେଜ୍
  • ଟେକ୍ସାସରେ ଅବସ୍ଥିତ ଭାଇରୋ ଭ୍ୟାକ୍ସର ସିଇଓ ଡକ୍ଟର ସୁନୀଲ ଡାଭିଡ୍
  • ଜେନେରାଲ୍ କାଟାଲିଷ୍ଟର ଉପଦେଷ୍ଟା ଡକ୍ଟର ଷ୍ଟିଫେନ୍ କ୍ଲାସ୍କୋ
  • ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ହାର୍ଟଟନ୍ ସ୍କୁଲ, ହେଲଥ କେୟାର ମ୍ୟାନେଜମେଣ୍ଟର ପ୍ରଫେସର ଡକ୍ଟର ଲଟନ ଆର ବୁର୍ନସ୍
  • ଭେରିଲି ଲାଇଫ୍ ସାଇନ୍ସେସ୍ ପ୍ରତିଷ୍ଠାତା ସଭାପତି ଭିଭିଆନ୍ ଏସ୍ ଲି
  • ଜନ୍ ହପକିନ୍ସ ବ୍ଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ଏବଂ ଜନ୍ ହପକିନ୍ସ ସ୍କୁଲ୍ ଅଫ୍ ମେଡିସିନର ଡାକ୍ତର, ନୋବେଲ ବିଜେତା ତଥା ମଲିକୁଲାର ବାୟୋଲୋଜିଷ୍ଟ୍ ଡକ୍ଟର ପିଟର ଆଗ୍ରେ

HS


(ରିଲିଜ ଆଡି: 1934006) ପରିଦର୍ଶକ କାଉଣ୍ଟର : 144