ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି


ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ବିଷୟରେ ଏନଏସଏ ସୁଲିଭାନ୍ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଛନ୍ତି

ସେ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନ ଆମେରିକା ଗସ୍ତରେ ଯିବାକୁ ଥିବା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି

ଭାରତ-ଆମେରିକାର ବିସ୍ତୃତ ଆର୍ନ୍ତଜାତିକ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ମଜବୁତ ହେବାନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଯେ ସେ ରାଷ୍ଟ୍ରପତି ବାଇଡେନଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 14 JUN 2023 11:40AM by PIB Bhubaneswar

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା, ମାନ୍ୟବର ଶ୍ରୀ ଜାକେ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି

ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ଏନଏସଏ ସୁଲିଭାନ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ସେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ବାଇଡେନ ଆମେରିକା ଗସ୍ତରେ ଯିବାକୁ ଥିବା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି

ଭାରତ ଏବଂ ଆମେରିକା ମଧ୍ୟରେ ବଢୁଥିବା ଏବଂ ମଜବୁତ ହେଉଥିବା ଆର୍ନ୍ତଜାତିକ ରଣନୀତିକ ଭାଗିଦାରୀରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ରାଷ୍ଟ୍ରପତି ବାଇଡେନଙ୍କ ସହ ଏକ ଫଳପ୍ରଦ ଗସ୍ତ ଏବଂ ଏକ ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା ପାଇଁ ସେ ଅପେକ୍ଷା କରିଛନ୍ତି

HS


(ରିଲିଜ ଆଡି: 1932206) ପରିଦର୍ଶକ କାଉଣ୍ଟର : 155