ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶିକ୍ଷା ମନ୍ତ୍ରଣାଳୟଙ୍କ ଉପକ୍ରମ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟାରେ ଲୋକଙ୍କ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
10 JUN 2023 7:53PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶିକ୍ଷା ମନ୍ତ୍ରଣାଳୟଙ୍କ ଉପକ୍ରମ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟାରେ ଲୋକଙ୍କ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି ।
ଭାରତର ଜି୨୦ ଅଧ୍ୟକ୍ଷତାର କେନ୍ଦ୍ର ବିନ୍ଦୁ ଭାବେ, ଶିକ୍ଷା ମନ୍ତ୍ରଣାଳୟ ସ୍ୱତନ୍ତ୍ର ଭାବେ ମିଶ୍ରିତ ଶିକ୍ଷା ବ୍ୟବସ୍ଥା ସନ୍ଦର୍ଭରେ “ପ୍ରାଥମିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସୁନିଶ୍ଚିତ କରିବା (ଏଫଏଲଏନ)” ବିଷୟବସ୍ତୁକୁ ପ୍ରୋତ୍ସାହିତ ଏବଂ ସମର୍ଥନ କରିବା ଉଦ୍ଦେଶ୍ୟରେ ଗତିବିଧି ଓ କାର୍ଯ୍ୟକ୍ରମ ଶୃଙ୍ଖଳା ଆୟୋଜନ କରୁଛନ୍ତି ।
ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଗୋଷ୍ଠୀ ସଦସ୍ୟଙ୍କ ସମେତ ୧.୫ କୋଟିରୁ ଅଧିକ ବ୍ୟକ୍ତି ଉତ୍ସାହପୂର୍ବକ ଏହି ଉପକ୍ରମରେ ଭାଗ ନେଇଛନ୍ତି ।
ଶିକ୍ଷା ମନ୍ତ୍ରଣାଳୟଙ୍କ ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହି ରେକର୍ଡ ଭାଗିଦାରୀରେ ରୋମାଞ୍ଚିତ । ଏହା ସମାବେଶୀ ଓ ଚିରସ୍ଥାୟୀ ଭବିଷ୍ୟତ ପ୍ରତି ଆମ ମିଳିତ ଦୃଷ୍ଟିକୋଣକୁ ସୁଦୃଢ କରୁଛି । ଏଥିରେ ଭାଗ ନେଇ ଭାରତର ଜି୨୦ ଅଧ୍ୟକ୍ଷତାକୁ ମଜବୁତ କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ।”
SR
(Release ID: 1932129)
Visitor Counter : 178
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam