ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ଅଧ୍ୟକ୍ଷତାରେ ଏସସିଓ ଶିଖର ସମ୍ମିଳନୀ

Posted On: 30 MAY 2023 8:15PM by PIB Bhubaneshwar

ଭାରତ 16 ସେପ୍ଟେମ୍ବର 2022 ରେ ସମରକନ୍ଦ ଶିଖଳ ସମ୍ମିଳନୀରେ ଏସସିଓ ର ‘ରୋଟେଟିଂ ଚେୟାରମ୍ୟାନ’ ପଦ ଗ୍ରହଣ କରିଛି। ଭାରତର ପ୍ରଥମ ଅଧ୍ୟକ୍ଷତାରେ, ଏସସିଓ ପରିଷଦର ରାଷ୍ଟ୍ରାଧ୍ୟକ୍ଷଙ୍କର 23ଶ ଶିଖର ସମ୍ମିଳନୀ 4 ଜୁଲାଇ 2023 ରେ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ କରାଯିବ ଯାହାର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ।

ସମସ୍ତ ଏସସିଓ ସଦସ୍ୟ ରାଷ୍ଟ୍ର, ଯଥା ଏହି ସମ୍ମିଳନୀରେ ଚୀନ୍, ଋଷିଆ, କାଜାଖସ୍ତାନ, କିର୍ଗିଜସ୍ଥାନ, ପାକିସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନକୁ ନିମନ୍ତ୍ରଣ କରାଯାଇଛି। ଏହା ସହିତ ଇରାନ, ବେଲାଋଷ ଏବଂ ମଙ୍ଗୋଲିଆକୁ ପର୍ଯ୍ୟବେକ୍ଷକ ରାଜ୍ୟ ଭାବରେ ନିମନ୍ତ୍ରଣ କରାଯାଇଛି। ଏସସିଓ ପରମ୍ପରା ଅନୁଯାୟୀ ତୁର୍କମେନିସ୍ତାନକୁ ମଧ୍ୟ ଅଧ୍ୟକ୍ଷଙ୍କ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି। ଦୁଇଟି ଏସସିଓ ସଂସ୍ଥାର ମୁଖ୍ୟ - ସଚିବାଳୟ ଏବଂ ଏସସିଓ  ଆରଏଟିଏସ୍ ମଧ୍ୟ ଏଥିରେ ଉପସ୍ଥିତ ରହିବେ। ଏହା ବ୍ୟତୀତ, ଛଅଟି ଆନ୍ତର୍ଜାତୀୟ ଏବଂ ଆଞ୍ଚଳିକ ସଂଗଠନର ମୁଖ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ଯେଉଁଥିରେ ରହିଛନ୍ତି ଜାତିସଂଘ, ଏସିଆନ୍, ସିଆଇଏସ୍, ସିଏସଟିଓ, ଇଏଇୟୁ ଓ ସିଆଇସିଏ। 

ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଏକ ସୁରକ୍ଷିତ ଏସସିଓ ଆଡକୁ’। ସିକିଓର (ଏସଇସିୟୁଆରଇ) ନାମ 2018 ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ସୁରକ୍ଷା; ଅର୍ଥନୀତି ଏବଂ ବାଣିଜ୍ୟ; ସଂଯୋଗ; ଏକତା; ସାର୍ବଭୌମତ୍ବ  ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ ସମ୍ମାନ; ଏବଂ ପରିବେଶକୁ ସୂଚାଇ ଥାଏ।  ଆମର ଏସସିଓ ର ଅଧ୍ୟକ୍ଷତା ସମୟରେ ଏହି ଥିମ୍ ଗୁଡିକ ଉପରେ ଗୁରୁତ୍ବ ପ୍ରଦାନ କରାଯାଉଛି। 

ଭାରତ ଏହାର ଅଧ୍ୟକ୍ଷତାରେ - ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ଅଧୀନରେ ସହଯୋଗର ନୂତନ ସ୍ତମ୍ଭ ସ୍ଥାପନ କରିଛି; ପାରମ୍ପାରିକ ଚିକିତ୍ସା; ଡିଜିଟାଲ୍ ଅନ୍ତର୍ଭୂକ୍ତ; ଯୁବ ସଶକ୍ତିକରଣ; ଏବଂ ବୌଦ୍ଧ ଐତିହ୍ୟ ସାମିଲ୍ ରହିଛି। ଏଥିସହ, ଆମ ଦେଶ ମଧ୍ୟରେ ଐତିହାସିକ ତଥା ସଭ୍ୟତାଗତ ସମ୍ପର୍କ ତଥା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବଢ଼ାଇବ ପାଇଁ ନିରନ୍ତର ପ୍ରଚେଷ୍ଟା କରୁଛି।  2022-23 ପାଇଁ ସର୍ବପ୍ରଥମ ଏସସିଓ ସାଂସ୍କୃତିକ ଏବଂ ପର୍ଯ୍ୟଟନ ରାଜଧାନୀର ଢାଞ୍ଚାରେ ବାରାଣାସୀ ଦ୍ୱାରା ଆୟୋଜିତ ବିଭିନ୍ନ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ।

ଭାରତର ଏସସିଓ ଅଧ୍ୟକ୍ଷତା ସଦସ୍ୟ ଦେଶମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଏବଂ ପାରସ୍ପରିକ ଲାଭଦାୟକ ସହଯୋଗର ସମୟ ଭାବରେ ରହିଛି। ଭାରତ ସମୁଦାୟ 134 ଟି ବୈଠକ ଏବଂ କାର୍ଯ୍ୟକ୍ରମ ଆୟୋଜନ କରିଛି, ଯେଉଁଥିରେ 14 ଟି ମନ୍ତ୍ରୀ ସ୍ତରୀୟ ବୈଠକ ରହିଛି। ଏହି ସଂଗଠନରେ ଭାରତ ଏକ ସକରାତ୍ମକ ଏବଂ ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି ଏବଂ ଏହାର ଅଧ୍ୟକ୍ଷତାର ସମାପ୍ତି ଭାବରେ ଏକ ସଫଳ ଏସସିଓ ଶିଖର ସମ୍ମିଳନୀକୁ ଆଶା କରୁଛି।

 

BS



(Release ID: 1929904) Visitor Counter : 78