ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାମ୍ବୋଡିଆର ରାଜା ମହାମହିମ ନୋରୋଡମ୍ ସିହାମୋନିଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ
ଘନିଷ୍ଠ ସାଂସ୍କୃତିକ ସମ୍ପର୍କ ଏବଂ ବିକାଶ ସହଭାଗୀତା ଉପରେ ମତ ବିନିମୟ କରାଯାଇଛି
ଭାରତର ଜି20 ଅଧ୍ୟକ୍ଷତା ପାଇଁ ମହାମହିମ ତାଙ୍କର ଶୁଭକାମନା ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
30 MAY 2023 8:32PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ 29-31 ମଇ 2023 ରେ ଭାରତ ଗସ୍ତରେ ଆସିଥିବା କାମ୍ବୋଡିଆର ରାଜା ମହାମହିମ ନୋରୋଡମ ସିହାମୋନିଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀ ଏବଂ ମହାମହିମ, ରାଜା ସିହମୋନି ଉଭୟ ଦେଶ ମଧ୍ୟରେ ଗଭୀର ସମ୍ପର୍କ, ଦୃଢ଼ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି।
ଦକ୍ଷତା ବୃଦ୍ଧି ସମେତ ବିଭିନ୍ନ କ୍ଷେତ୍ରରେ କାମ୍ବୋଡିଆ ସହିତ ଦ୍ୱିପାକ୍ଷିକ ସହଭାଗିତାକୁ ମଜବୁତ କରିବାକୁ ଭାରତର ସଂକଳ୍ପକୁ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି। ବିକାଶ ସହଯୋଗରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ପାଇଁ ମହାମହିମ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହା ସହିତ ଜି -20 ର ଭାରତର ଅଧ୍ୟକ୍ଷତା ପାଇଁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।
BS
(ରିଲିଜ ଆଡି: 1928435)
ପରିଦର୍ଶକ କାଉଣ୍ଟର : 162
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam