ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରେ ଗଙ୍ଗା ପୁଷ୍କରାଲା ଯାତ୍ରା ଦେଶରେ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ : ପ୍ରଧାନମନ୍ତ୍ରୀ


ତୀର୍ଥଯାତ୍ରୀମାନେ ଓଡ଼ିଶାରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବେଳାଭୂମି ପରିଦର୍ଶନ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 01 MAY 2023 2:47PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରେ ଆରମ୍ଭ କରାଯାଇଥିବା ‘‘ଗଙ୍ଗା ପୁଷ୍କରାଲା ଯାତ୍ରା’’ ଦେଶରେ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ । ଏହି ଟ୍ରେନ ସିକନ୍ଦରାବାଦ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ବେଳେ  ପୁରୀ, କାଶୀ ଏବଂ ଅଯୋଧ୍ୟା ଭଳି ଦେଶର ବିଭିନ୍ନ ଧାର୍ମିକ ସହରକୁ ଯାତ୍ରା କରିବ ।

‘‘ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି ‘‘କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ନିଶ୍ଚିତ ଭାବେ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ।’’

ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖ ଠାରୁ ଭାରତୀୟ ରେଳବାଇ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଛି । ତେଲଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପୁରୀ , କାଶୀ ଦେଇ ଅଯୋଧ୍ୟାରେ ପହଞ୍ଚିବ । ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବାର ବ୍ୟବସ୍ଥା କରାଯାଇଛି  । ତୀର୍ଥଯାତ୍ରୀମାନେ ଓଡ଼ିଶାରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବେଳାଭୂମି ପରିଦର୍ଶନ କରିବେ । ଏହାଛଡ଼ା ସେମାନେ ଗୟା, ବାରଣାସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ବିଭିନ୍ନ ଧର୍ମପୀଠ ଭ୍ରମଣ କରିବାର ସୁଯୋଗ ପାଇବେ । ଯାତ୍ରୀମାନଙ୍କ ସୁବିଧାଜନକ ରେଳ ଯାତ୍ରା ପାଇଁ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରାଯାଇଛି ।

****

P.S.


(ରିଲିଜ ଆଡି: 1921255) ପରିଦର୍ଶକ କାଉଣ୍ଟର : 174