ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଆୟୋଜନ ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 23 APR 2023 10:00AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ କ୍ରୀଡ଼ା ପରମ୍ପରା ଓ ବିବିଧତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ଆୟୋଜନ କରାଯାଇଥିବା ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାରଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ :

‘‘ଭାରତର ସମୃଦ୍ଧ କ୍ରୀଡ଼ା ପରମ୍ପରା ଓ ବିବିଧତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ଆୟୋଜନ କରାଯାଇଥିବା ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଭଳି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ।’’

*****

 

P.S.



(Release ID: 1919075) Visitor Counter : 119