ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଗତ ବର୍ଷଗୁଡିକରେ ବୁଦ୍ଧଙ୍କ ସମ୍ପର୍କରେ ଦେଇଥିବା ଭାଷଣଗୁଡିକୁ ନେଇ ପିଆଇବି ପୁସ୍ତିକା ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 20 APR 2023 6:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆସନ୍ତାକାଲି ପୂର୍ବାହ୍ନ ୧୦ଟା ବେଳେ ଦିଲ୍ଲୀ ଠାରେ ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ପତ୍ର ସୂଚନା କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ପୁସ୍ତକ ଶେୟାର କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀଙ୍କ ଭାଷଣ ଓ ଭଗବାନ ବୁଦ୍ଧ ତଥା ବୌଦ୍ଧ ବିଚାରଧାରା ସମ୍ପର୍କରେ ତାଙ୍କ ଉଦ୍ଧୃତିଗୁଡିକର ସଂକଳନ ।

ପତ୍ର ସୂଚନା କାର୍ଯ୍ୟାଳୟର ଟ୍ୱିଟର ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆସନ୍ତାକାଲି, ଏପ୍ରିଲ ୨୦ ପୂର୍ବାହ୍ନ ୧୦ଟା ବେଳେ ଦିଲ୍ଲୀ ଠାରେ ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବି । ଏହି ସମ୍ମିଳନୀ ଭଗବାନ ବୁଦ୍ଧଙ୍କ ଆଦର୍ଶକୁ ଜନପ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବ୍ୟକ୍ତିବିଶେଷଙ୍କୁ ଗୋଟିଏ ମଂଚକୁ ଆଣିପାରିଛି ।

ଏହି ପୁସ୍ତିକାକୁ ଦେଖିପାରିବେ-

ଇଂରାଜୀ ପୁସ୍ତିକା

https://static.pib.gov.in/WriteReadData/specificdocs/documents/2023/apr/doc2023419182601.pdf

ହିନ୍ଦୀ ପୁସ୍ତିକା

https://static.pib.gov.in/WriteReadData/specificdocs/documents/2023/apr/doc2023419182701.pdf

 

SR



(Release ID: 1918326) Visitor Counter : 94