ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚିତ ହେବ: ପ୍ରଧାନମନ୍ତ୍ରୀ

Posted On: 20 APR 2023 10:47AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶା ବ୍ୟକ୍ତ କରିଛନ୍ତି, କାଶୀ ବିଶ୍ୱନାଥ ଧାମ ଓ ଶ୍ରୀ ମହାକାଳ ମହାଲୋକ କରିଡର ଭଳି ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚିତ ହେବ ।

ଆଗାମୀ ଦିନରେ ପୁନଃନିର୍ମିତ ମା କାମାକ୍ଷା କରିଡର କିପରି ଦେଖାଯିବ ତାର ଏକ ଝଲକ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱସର୍ମା ଟ୍ୱିଟରେ ଶେୟାର କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ମୁଁ ନିଶ୍ଚିତ ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ।

ଆଧ୍ୟାତ୍ମିକ ଅଭିଜ୍ଞତାକୁ ବିବେଚନା କଲେ କାଶୀ ବିଶ୍ୱନାଥ ଧାମ ଓ ଶ୍ରୀ ମହାକାଳ ମହାଲୋକ ପରିବର୍ତ୍ତନକାରୀ ରହିଛି । ପର୍ଯ୍ୟଟନ ବଢିବା ଓ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । 

 

SR



(Release ID: 1918161) Visitor Counter : 92