ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଦରିଦ୍ର ଓ ମଧ୍ୟମ ବର୍ଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ସୁନିଶ୍ଚିତ କରିଛି: ପ୍ରଧାନମନ୍ତ୍ରୀ

Posted On: 19 APR 2023 2:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜି୨୦ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା କେନ୍ଦ୍ର ପରିଦର୍ଶନ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଏକ ଐତିହାସିକ ଉପକ୍ରମ, ଯାହାର ଉଦ୍ଦେଶ୍ୟ ସୁଲଭ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଇବା । ଗରିବ ଓ ମଧ୍ୟମ ବର୍ଗଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ସୁନିଶ୍ଚିତ କରିଛି । ଏହା ସନ୍ତୋଷର କଥା ଯେ, ସମ୍ମାନିତ ଜି୨୦ ପ୍ରତିନିଧିମାନେ ଏହି ଯୋଜନାର ଦିଗଗୁଡିକ ଦେଖିବାର ସୁଯୋଗ ପାଇଛନ୍ତି । 

SR



(Release ID: 1918154) Visitor Counter : 74