ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବନ୍ୟପ୍ରାଣୀଙ୍କ ସମ୍ପର୍କରେ ନାଗରିକଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଲେ ପ୍ରଧାନମନ୍ତ୍ରୀ

Posted On: 10 APR 2023 9:33AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବନ୍ୟପ୍ରାଣୀଙ୍କ ସମ୍ପର୍କରେ ନାଗରିକଙ୍କ ଆଗ୍ରହ ଦେଖି ସେମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ଗସ୍ତ ବେଳେ ହାତୀମାନଙ୍କ ଅଭିନନ୍ଦନ ସମ୍ପର୍କରେ ପର୍ଶୁରାମ ଏମଜିଙ୍କ ଟିପ୍ପଣୀ ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ହଁ, ଏହା ନିଶ୍ଚିତ ଭାବେ ନିଆରା ଥିଲା ।

ଶ୍ରୀ ମୋଦୀ ଦିଲ୍ଲୀ ସ୍ଥିତ ଜାତୀୟ ପ୍ରାଣୀ ଉଦ୍ୟାନ ଯାଇଥିବା ପ୍ରିୟଙ୍କା ଗୋୟଲଙ୍କୁ ପ୍ରଶଂସା କରିବା ସହ ଟ୍ୱିଟ କରିଛନ୍ତି;

ବଢିଆ । ଭାରତର ବୃକ୍ଷଲତା ଓ ବନ୍ୟପ୍ରାଣୀ ବିବିଧତା ଅସାଧାରଣ ଏବଂ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଲୋକଙ୍କୁ ସୁଯୋଗ ମିଳିବା ଦରକାର ।

ପ୍ରଧାନମନ୍ତ୍ରୀ ଗତକାଲିର ଫଟୋ ମଧ୍ୟ ଶେୟାର କରିଥିଲେ ।

 

 

SR



(Release ID: 1915303) Visitor Counter : 109