ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିବିନଗରରେ ଏମ୍ସ ଭିତ୍ତିଭୂମି ବିକାଶ ଦ୍ୱାରା ତେଲେଙ୍ଗାନା ଲାଭାନ୍ୱିତ ହେବ: ପ୍ରଧାନମନ୍ତ୍ରୀ
Posted On:
06 APR 2023 4:49PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିବିନଗରରେ ଏମ୍ସ ଭିତ୍ତିଭୂମି ବିକଶିତ ହେବା ଦ୍ୱାରା ତେଲେଙ୍ଗାନା ଲାଭାନ୍ୱିତ ହେବ ଓ ସୁସ୍ଥ ଭାରତ ନିର୍ମାଣ ପାଇଁ ଆମ ଉଦ୍ୟମକୁ ତ୍ୱରାନ୍ୱିତ କରିବ ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ ଏକ ଟ୍ୱିଟରେ ସୂଚନା ଦେଇଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୮, ୨୦୨୩ରେ ଏମ୍ସ ବିବିନଗର ଠାରେ ଅତ୍ୟାଧୁନିକ ସୁବିଧାସୁଯୋଗଗୁଡିକର ଶିଳାନ୍ୟାସ କରିବେ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିବିନଗରରେ ଏମ୍ସ ଭିତ୍ତିଭୂମି ବିକଶିତ ହେବା ଦ୍ୱାରା ତେଲେଙ୍ଗାନା ଲାଭାନ୍ୱିତ ହେବ ଓ ସୁସ୍ଥ ଭାରତ ନିର୍ମାଣ ପାଇଁ ଆମ ଉଦ୍ୟମକୁ ତ୍ୱରାନ୍ୱିତ କରିବ ।”
SR
(Release ID: 1915165)
Visitor Counter : 118
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam