ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇସ୍ରୋ ଦ୍ୱାରା ପୁନଃବ୍ୟବହାରଯୋଗ୍ୟ ପ୍ରକ୍ଷେପଣ ଯାନ ସ୍ୱୟଂ ଅବତରଣ ମିଶନର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 02 APR 2023 8:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇସ୍ରୋ ଦ୍ୱାରା ପୁନଃବ୍ୟବହାରଯୋଗ୍ୟ ପ୍ରକ୍ଷେପଣ ଯାନ ସ୍ୱୟଂ ଅବତରଣ ମିଶନର ସଫଳ ପରୀକ୍ଷଣ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଡିଆରଡିଓ ଏବଂ ଭାରତୀୟ ବାୟୁ ସେନା ସହଯୋଗରେ ଏପ୍ରିଲ୨, ୨୦୨୩ ଭୋର ସମୟରେ ଏରୋନଟିକାଲ ଟେଷ୍ଟ ରେଞ୍ଜ (ଏଟିଆର), ଚିତ୍ରଦୁର୍ଗ, କର୍ଣ୍ଣାଟକ ଠାରେ ଇସ୍ରୋ ସଫଳତାର ସହ ପୁନଃବ୍ୟବହାରଯୋଗ୍ୟ ପ୍ରକ୍ଷେପଣ ଯାନ ସ୍ୱୟଂ ଅବତରଣ ମିଶନ (ଆରଏଲଭି ଏଲଇଏକ୍ସ) ପରିଚାଳନା କରିଥିଲା ।

ଇସ୍ରୋର ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ବଢିଆ ଦଳଗତ ପ୍ରୟାସ । ଏହି ଉପଲବ୍ଧି ପୁନଃବ୍ୟବହାରଯୋଗ୍ୟ ଭାରତୀୟ ପ୍ରକ୍ଷେପଣ ଯାନ ସାକାର ଦିଗରେ ଆଉ ଏକ ପଦକ୍ଷେପ ।

 

SR



(Release ID: 1914106) Visitor Counter : 95