ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗ୍ରାମାଞ୍ଚଳର ଘରଗୁଡିକୁ ୬୦ ପ୍ରତିଶତ ପାଇପ ପାଣି ସଂଯୋଗ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ


ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ଓ ବହୁ ଜୀବନ ସଶକ୍ତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ

Posted On: 04 APR 2023 7:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗ୍ରାମାଞ୍ଚଳର ଘରଗୁଡିକୁ ୬୦ ପ୍ରତିଶତ ପାଇପ ପାଣି ସଂଯୋଗ ସଫଳତାରେ ସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ଓ ବହୁ ଜୀବନ ସଶକ୍ତ ହେବ । ଶ୍ରୀ ମୋଦୀ କହିଛନ୍ତି, ଆଗାମୀ ଦିନରେ ଏହି କଭରେଜ ଆହୁରି ତୀବ୍ର ଗତିରେ ଆଗେଇ ନେବା ପାଇଁ ସମସ୍ତ ଉଦ୍ୟମ କରୁଛୁ ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ଓ ବହୁ ଜୀବନକୁ ସଶକ୍ତ କରିବ । ଆଗାମୀ ଦିନରେ ଏହି କଭରେଜ ତୀବ୍ର ବେଗରେ ଆଗେଇ ନେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛୁ ।

 

 

SR



(Release ID: 1913718) Visitor Counter : 104