ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସଟି ସଂଗମମ ଗୁଜରାଟ ଓ ତାମିଲନାଡୁ ମଧ୍ୟରେ ଶତାବ୍ଦୀ ପୁରୁଣା ବନ୍ଧନକୁ ମଜବୁତ କରୁଛି: ପ୍ରଧାନମନ୍ତ୍ରୀ

Posted On: 27 MAR 2023 10:34AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାମିଲନାଡୁ ଓ ସୌରାଷ୍ଟ୍ର ସଙ୍ଗମମ (ଏସଟି ସଙ୍ଗମମ) ଶହ ଶହ ବର୍ଷ ପୂର୍ବରୁ ଗୁଜରାଟ ଓ ତାମିଲନାଡୁ ମଧ୍ୟରେ ଗଢି ଉଠିଥିବା ବନ୍ଧନକୁ ମଜବୁତ କରୁଛି ।

କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦ୍ଦୋଶ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି, ସେ ତାମିଲନାଡୁର ସାଲେମ ଠାରେ ଏକ ରୋଡ ଶୋରେ ଗୁଜରାଟ ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜଗଦୀଶ ବିଶ୍ୱକର୍ମାଙ୍କ ସହ ସୌରାଷ୍ଟ୍ର ଓ ତାମିଲ ସଂଗମର ପ୍ରତୀକ ଦାଣ୍ଡିଆ ପ୍ରଦର୍ଶନ ଦେଖିଲି ।

ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

#STSangamam ଶହ ଶହ ବର୍ଷ ପୂର୍ବରୁ ଗୁଜରାଟ ଓ ତାମିଲନାଡୁ ମଧ୍ୟରେ ଗଢି ଉଠିଥିବା ବନ୍ଧନକୁ ମଜବୁତ କରୁଛି ।

 

SR



(Release ID: 1911030) Visitor Counter : 108