ପୋଷ୍ଟ କରାଯିବା ଦିନାଙ୍କ:
25 MAR 2023 11:21AM by PIB Bhubaneswar
ଝାଡଖଣ୍ଡର ରାଞ୍ଚି ଠାରେ ୯୪୦୦ କୋଟି ଟଙ୍କା ବିନିଯୋଗରେ ୨୧ ଜାତୀୟ ରାଜପଥ ପ୍ରକଳ୍ପ ଅନୁମୋଦନ ପାଇଁ ସାଂସଦ ଶ୍ରୀ ସଞ୍ଜୟ ସେଠ ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଉପରୋକ୍ତ ପ୍ରକଳ୍ପ ସମ୍ପର୍କରେ ସାଂସଦଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ରାଜ୍ୟଗୁଡିକର ବିକାଶରେ ଦେଶର ବିକାଶ ନିହିତ । ଏହି ଜାତୀୟ ପ୍ରକଳ୍ପଗୁଡିକ ଝାଡଖଣ୍ଡ ସହ ସାରା ଦେଶରେ ପ୍ରଗତିକୁ ନୂଆ ଗତି ପ୍ରଦାନ କରିବ ।”
SR