ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏମଏସଏମଇ ପ୍ରତିଯୋଗିତା (ଏଲଇଏଏନ) ଯୋଜନାର ଲିଙ୍କ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 14 MAR 2023 8:33AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏମଏସଏମଇ ପ୍ରତିଯୋଗିତା (ଏଲଇଏଏନ) ଯୋଜନାର ଲିଙ୍କ ଶେୟାର କରିଛନ୍ତି ଓ କହିଛନ୍ତି ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ଆମ ଉଦ୍ୟମର ଏହା ଏକ ଅଂଶ । ଯାହା ଭାରତର ଅର୍ଥନୈତିକ ବିକାଶର ପ୍ରମୁଖ ସ୍ତମ୍ଭ । ଏମଏସଏମଇ ପ୍ରତିଯୋଗିତା (ଏଲଇଏଏନ) ଯୋଜନା ଏମଏସଏମଇ ଚାମ୍ପିଅନ ଯୋଜନା ଅନ୍ତର୍ଗତ ଆରମ୍ଭ ହୋଇଛି ।

କେନ୍ଦ୍ର ସୂକ୍ଷ୍ମ, ଲକ୍ଷୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନାରାୟଣ ରାଣେଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏମଏସଏମଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ଆମ ଉଦ୍ୟମର ଏହା ଏକ ଅଂଶ, ଯାହା ଭାରତର ଅର୍ଥନୈତିକ ପ୍ରଗତିର ମୁଖ୍ୟ ସ୍ତମ୍ଭ । lean.msme.gov.in

 

SR



(Release ID: 1906607) Visitor Counter : 134