ପୋଷ୍ଟ କରାଯିବା ଦିନାଙ୍କ:
13 MAR 2023 11:00AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଯୋଗ ମହୋତ୍ସବ ୨୦୨୩ରେ ଭାଗ ନେବାକୁ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି । ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ର ଆୟୋଜନ ପୂର୍ବରୁ ୧୦୦ଦିନର ଅବଗଣନା ଆରମ୍ଭ ଅବସରରେ ଏହି ମହୋତ୍ସବ ଆୟୋଜିତ ହେବ । ତିନିଦିନିଆ ଯୋଗ ମହୋତ୍ସବ ୨୦୨୩ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ମାର୍ଚ୍ଚ ୧୩-୧୪ରେ ଓ ମୋରାରଜୀ ଦେଶାଇ ଜାତୀୟ ଯୋଗ ସଂସ୍ଥାନରେ ମାର୍ଚ୍ଚ ୧୫ରେ ଆୟୋଜିତ ହେବ ।
ଆୟୁଷ ମନ୍ତ୍ରଣାଳୟର ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଯୋଗ ଦିବସ ପାଇଁ ଆଉ ଶହେ ଦିନ ଥିବା ବେଳେ ଏହାକୁ ଉଦ୍ଦୀପନାର ସହ ପାଳନ ପାଇଁ ଆପଣଙ୍କୁ ଆହ୍ୱାନ ଜଣାଉଛି । ଏବଂ ଯଦି ଆପଣ ଯୋଗକୁ ନିଜ ଜୀବନରେ ସାମିଲ କରିନାହାନ୍ତି, ତେବେ ଯଥାଶୀଘ୍ର କରିନିଅନ୍ତୁ ।”
SR