ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ଆୟୋଜନ ପୂର୍ବରୁ ୧୦୦ ଦିନ ଅବଗଣନା ଆରମ୍ଭ ଅବସରରେ ତିନି ଦିନିଆ ଯୋଗ ମହୋତ୍ସବ ୨୦୨୩ରେ ଭାଗ ନେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 MAR 2023 11:00AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଯୋଗ ମହୋତ୍ସବ ୨୦୨୩ରେ ଭାଗ ନେବାକୁ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି । ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ର ଆୟୋଜନ ପୂର୍ବରୁ ୧୦୦ଦିନର ଅବଗଣନା ଆରମ୍ଭ ଅବସରରେ ଏହି ମହୋତ୍ସବ ଆୟୋଜିତ ହେବ । ତିନିଦିନିଆ ଯୋଗ ମହୋତ୍ସବ ୨୦୨୩ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ମାର୍ଚ୍ଚ ୧୩-୧୪ରେ ଓ ମୋରାରଜୀ ଦେଶାଇ ଜାତୀୟ ଯୋଗ ସଂସ୍ଥାନରେ ମାର୍ଚ୍ଚ ୧୫ରେ ଆୟୋଜିତ ହେବ ।

ଆୟୁଷ ମନ୍ତ୍ରଣାଳୟର ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଯୋଗ ଦିବସ ପାଇଁ ଆଉ ଶହେ ଦିନ ଥିବା ବେଳେ ଏହାକୁ ଉଦ୍ଦୀପନାର ସହ ପାଳନ ପାଇଁ ଆପଣଙ୍କୁ ଆହ୍ୱାନ ଜଣାଉଛି । ଏବଂ ଯଦି ଆପଣ ଯୋଗକୁ ନିଜ ଜୀବନରେ ସାମିଲ କରିନାହାନ୍ତି, ତେବେ ଯଥାଶୀଘ୍ର କରିନିଅନ୍ତୁ । 

 

SR


(ରିଲିଜ ଆଡି: 1906605) ପରିଦର୍ଶକ କାଉଣ୍ଟର : 172