ପୋଷ୍ଟ କରାଯିବା ଦିନାଙ୍କ:
10 MAR 2023 8:50PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟଜୀବି ସମ୍ପ୍ରଦାୟ ପାଇଁ ସମର୍ଥନକୁ ଦୋହରାଇବା ସହ ଉନ୍ନତ ବଜାର ଓ ଜୀବିକା ସୁଯୋଗ ସୁନିଶ୍ଚିତ କରିବା ପାଇଁ କାମ ଜାରି ରହିବ ବୋଲି କହିଛନ୍ତି ।
ସାଂସଦ ଶ୍ରୀ ଅଶୋକ ନେତେଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆମ ପରିଶ୍ରମୀ ମତ୍ସ୍ୟଜୀବିଙ୍କୁ ଆମେ ସହାୟତା ଜାରି ରଖିବୁ । ସେମାନେ ଯେପରି ଆହୁରି ଭଲ ବଜାର ପାଇବେ ଓ ସେମାନଙ୍କ ଜୀବିକା ଅର୍ଜନର ସୁଯୋଗ ଅବ୍ୟାହତ ରହିବ ତାହା ଆମେ ସୁନିଶ୍ଚିତ କରିବୁ ।”
SR