ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ରାଷ୍ଟ୍ରପତିଙ୍କ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 09 MAR 2023 9:53AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଲେଖ୍ୟ ଆଜି ଶେୟାର କରିଛନ୍ତି । ଏହି ଆଲେଖ୍ୟ ସମସ୍ତଙ୍କ ମହିଳାଙ୍କ କାହାଣୀ, ମୋ କାହାଣୀ- କାହିଁକି ମୁଁ ପୁରୁଷ- ମହିଳା ସମାନତା ନେଇ ଆଶାବାଦୀରେ ଭାରତୀୟ ମହିଳାଙ୍କ ଅବଦମିତ ଭାବନା ଓ ତାଙ୍କ ନିଜ ଜୀବନଯାତ୍ରା ସମ୍ପର୍କରେ ଉଲ୍ଲେଖ ରହିଛି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ତ୍ରିପୁରାରୁ ଫେରିବା ବେଳେ ଏହି ଆଲେଖ୍ୟଟି ପଢିଲି ଓ ଏହା ଖୁବ ପ୍ରେରଣାଦାୟୀ ଥିଲା । ଅନ୍ୟମାନଙ୍କୁ ମଧ୍ୟ ଏହା ପଢିବାକୁ ଅନୁରୋଧ କରୁଛି । ମହିଳା ଦିବସରେ ଏହା ଏକ ଅତ୍ୟନ୍ତ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ଜୀବନ ଯାତ୍ରାକୁ ନେଇ ଲେଖାଯାଇଛି, ଯିଏ ଜନସେବା ପାଇଁ ନିଜ ଜୀବନ ସମର୍ପିତ କରି ପରବର୍ତ୍ତୀ ସମୟରେ ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି ।

 

SR



(Release ID: 1905200) Visitor Counter : 105