ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେବାକୁ ନିଜ ପ୍ରୟାସରେ ସହଯୋଗ ଏବଂ ଭାଗିଦାରୀ ପାଇଁ ଦେଶର ଶିକ୍ଷା ଜଗତ, ବୈଜ୍ଞାନିକ ସମୁଦାୟ ଓ ଶିଳ୍ପ ଜଗତକୁ ଆମନ୍ତ୍ରଣ ଜଣାଇଲା ଭାରତୀୟ ବାୟୁ ସେନା


ଭାରତର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ ପ୍ରଗତିଶୀଳ ଉଦ୍ୟୋଗୀମାନଙ୍କ ପାଇଁ ଏହା ଭଲ ସୁଯୋଗ ବୋଲି କହିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 14 FEB 2023 5:46AM by PIB Bhubaneshwar

ଦେଶର ଶିକ୍ଷା ଜଗତ, ବୈଜ୍ଞାନିକ ସମୁଦାୟ ଓ ଶିଳ୍ପ ଜଗତକୁ ନିଜ ଆତ୍ମନିର୍ଭରଶୀଳତା ପ୍ରୟାସରେ ସହଯୋଗ ଓ ଭାଗିଦାରୀ ପାଇଁ ଭାରତୀୟ ବାୟୁ ସେନା ଆମନ୍ତ୍ରଣ ଜଣାଇଛି । ଏରୋ ଇଣ୍ଡିଆ ୨୦୨୩ ପୂର୍ବ ସନ୍ଧ୍ୟାରେ ୩୧ ଆଗ୍ରହ ଅଭିବ୍ୟକ୍ତି ଆହ୍ୱାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ ପ୍ରଗତିଶୀଳ ଉଦ୍ୟୋଗୀମାନଙ୍କ ପାଇଁ ଏହା ଭଲ ସୁଯୋଗ ବୋଲି କହିଛନ୍ତି ।

ଭାରତୀୟ ବାୟୁ ସେନାର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ ପ୍ରଗତିଶୀଳ ଉଦ୍ୟୋଗୀମାନଙ୍କ ପାଇଁ ଆତ୍ମନିର୍ଭରତା ମିଶନରେ ମହତ୍ୱପୂର୍ଣ୍ଣ ଭାଗିଦାର ହେବା ପାଇଁ ଭଲ ସୁଯୋଗ ଏବଂ ତାହା ପୁଣି ପ୍ରତିରକ୍ଷା କ୍ଷେତ୍ରରେ, ଯାହା ଆମ ଦେଶକୁ ସର୍ବଦା ଗୌରବାନ୍ୱିତ କରିଆସିଛି ।”

 

SR


(रिलीज़ आईडी: 1898966) आगंतुक पटल : 152
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam