ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ମୁମ୍ବଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଦୁଇଟି ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 10 FEB 2023 6:04PM by PIB Bhubaneshwar

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ରେଲୱେଚ୍ୟା କ୍ଷେତ୍ରାତ, ମୋଠୀ କ୍ରାନ୍ତୀ ହୋତେ । ଦେଶାଲା ଆଜ, ନବବୀ ଆଣି ଦହାୱି ବନ୍ଦେ ଭାରତ ଟ୍ରେନ, ସମର୍ପିତ କରତାନା, ମଲା ଅତ୍ୟନ୍ତ ଆନନ୍ଦ ହୋତୋ ଆହେ ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ସାଥୀଗଣ, ମହାରାଷ୍ଟ୍ରର ମନ୍ତ୍ରୀଗଣ, ସମସ୍ତ ସାଂସଦଗଣ, ବିଧାୟକଗଣ, ଅନ୍ୟ ସମସ୍ତ ମହାନୁଭବ, ଭାଇମାନେ ଓ ଭଉଣୀମାନେ,

ଆଜିକାର ଦିନ ଭାରତୀୟ ରେଳ ପାଇଁ ବିଶେଷ ଭାବେ ମୁମ୍ବଇ ଏବଂ ମହାରାଷ୍ଟ୍ରର ଆଧୁନିକ ଯୋଗାଯୋଗ ପାଇଁ ହେଉଛି ବହୁତ ବଡ଼ । ଆଜି ପ୍ରଥମ ଥର ପାଇଁ ଏକସଙ୍ଗେ ଦୁଇଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହେଲା । ଏହି ବନ୍ଦେ ଭାରତ ଟ୍ରେନ ମୁମ୍ବଇ ଏବଂ ପୁଣେ ଭଳି ଦେଶର ଆର୍ଥିକ କେନ୍ଦ୍ରକୁ ଆମର ଆସ୍ଥାର ବଡ଼ କେନ୍ଦ୍ର ସହିତ ଯୋଡ଼ିବ । ଏହାଦ୍ୱାରା କଲେଜ ଯିବା ଆସିବା କରୁଥିବା, ଅଫିସ ଏବଂ ବ୍ୟବସାୟ ପାଇଁ ଯାତାୟାତ କରୁଥିବା, କୃଷକ ଏବଂ ଶ୍ରଦ୍ଧାଳୁ, ସମସ୍ତଙ୍କୁ ସୁବିଧା ହେବ ।

ଏହା ମହାରାଷ୍ଟ୍ରରେ ପର୍ଯ୍ୟଟନ ଏବଂ ତୀର୍ଥ ଯାତ୍ରାକୁ ବହୁତ ଅଧିକ ପ୍ରୋତ୍ସାହନ ଦେବାକୁ ଯାଉଛି । ଶିରିଡିରେ ସାଇବାବାଙ୍କର ଦର୍ଶନ କରିବା ହେଉ, ନାସିକ ସ୍ଥିତ ରାମକୁଣ୍ଡ ଯିବା ପାଇଁ ହେଉ, ତ୍ରୟମ୍ବକେଶ୍ୱର ଏବଂ ପଂଚବଟୀ କ୍ଷେତ୍ରର ଦର୍ଶନ କରିବା ହେଉ, ନୂତନ ବନ୍ଦେ ଭାରତ ଟ୍ରେନ ଯୋଗୁଁ ସବୁ ବହୁତ ସହଜ ହେବାକୁ ଯାଉଛି ।

ଏହିଭଳି ଭାବେ ମୁମ୍ବଇ- ସୋଲାପୁର ବନ୍ଦେ ଭାରତ ଟ୍ରେନରେ ପଂଢ଼ରପୁରର ବିଟ୍ଠଲ-ରଖୁଭାଇ, ସୋଲାପୁରର ସିଦ୍ଧେଶ୍ୱର ମନ୍ଦିର, ଅକ୍କଲକୋଟର ସ୍ୱାମୀ ସମର୍ଥ, ଅବା ପୁଣି ଆଇ ତୁଲଜାଭବାନୀଙ୍କ ଦର୍ଶନ, ଏବେ ସମସ୍ତଙ୍କ ପାଇଁ ଆହୁରି ସୁଲଭ ହୋଇଯିବ । ଆଉ ମୋତେ ଜଣାଅଛି ଯେ ଯେତେବେଳେ ବନ୍ଦେ ଭାରତ ଟ୍ରେନ ସହ୍ୟାଦ୍ରୀ ଘାଟ ଦେଇ ଯିବ, ସେତେବେଳେ ଲୋକମାନଙ୍କୁ ପ୍ରାକୃତିକ ସୁନ୍ଦରତାର କେତେ ଦିବ୍ୟ ଅନୁଭବ ହେବାକୁ ଯାଉଛି । ମୁଁ ମୁମ୍ବଇ ଏବଂ ମହାରାଷ୍ଟ୍ରର ଲୋକଙ୍କୁ ଏହି ନୂତନ ବନ୍ଦେ ଭାରତ ଟ୍ରେନଗୁଡ଼ିକ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ବନ୍ଦେ ଭାରତ ଟ୍ରେନ, ହେଉଛି ଆଜି ଆଧୁନିକ ହେଉଥିବା ଭାରତର ବହୁତ ଉନ୍ନତ ପ୍ରତିଛବି । ଏହା ହେଉଛି ଭାରତର ଗତି, ଭାରତର ମାତ୍ରା, ଉଭୟର ହେଉଛି ପ୍ରତିବିମ୍ବ । ଆପଣମାନେ ଦେଖୁଥିବେ କେତେ ଦ୍ରୁତ ଗତିରେ ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ହେଉଛି । ଏପର୍ଯ୍ୟନ୍ତ ଏଭଳି 10ଟି ଟ୍ରେନ ସାରା ଦେଶରେ ଚାଲିବା ଆରମ୍ଭ ହୋଇ ସାରିଛି । ଆଜି ଦେଶର 17 ରାଜ୍ୟର 108 ଜିଲ୍ଲା ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଯୋଡ଼ି ହୋଇ ସାରିଛି ।

ମୋର ମନେଅଛି, ଏକ ସମୟ ଥିଲା, ଯେତେବେଳେ ସାଂସଦ ଚିଠି ଲେଖୁଥିଲେ ଯେ ଆମ ଅଂଚଳର ଷ୍ଟେସନରେ ଟ୍ରେନ ଅଟକିବାର କୌଣସି ବ୍ୟବସ୍ଥା କରନ୍ତୁ, ଏକ- ଦୁଇ ମିନିଟର ଷ୍ଟପେଜ୍ ଦେଇ ଦିଅନ୍ତୁ । ଏବେ ସାରା ଦେଶର ସାଂସଦ ଯେତେବେଳେ ମଧ୍ୟ ଭେଟୁଛନ୍ତି, ସେତେବେଳେ ଏହି ଚାପ ପକାଉଛନ୍ତି, ଏହି ଦାବି କରୁଛନ୍ତି ଯେ ଆମର ଏଠାରେ ମଧ୍ୟ ବନ୍ଦେ ଭାରତ ଟ୍ରେନ ଚଲାଇ ଦିଅନ୍ତୁ । ଏହି ଉନ୍ମାଦନା ହେଉଛି ଆଜି ବନ୍ଦେ ଭାରତ ଟ୍ରେନର ।

ସାଥୀଗଣ,

ମୁଁ ଖୁସି ଯେ ଆଜି ମୁମ୍ବଇର ଲୋକଙ୍କ ଜୀବନ ସହଜ କରିବା ଭଳି ପ୍ରକଳ୍ପ ମଧ୍ୟ ଏଠାରେ ଆରମ୍ଭ ହେଲା । ଆଜି ଯେଉଁ ଉଚ୍ଚମାନର କରିଡରର ଲୋକାର୍ପଣ ହୋଇଛି, ତାହା ମୁମ୍ବଇର ପୂର୍ବ-ପଶ୍ଚିମ ଯୋଗାଯୋଗର ଆବଶ୍ୟକତାକୁ ପୂରଣ କରିବ । ମୁମ୍ବଇର ଲୋକମାନଙ୍କୁ ବହୁତ ଦିନ ହେବ ଏହାର ପ୍ରତୀକ୍ଷା ଥିଲା । ଏହି କରିଡର ଦ୍ୱାରା ପ୍ରତିଦିନ 2 ଲକ୍ଷରୁ ଅଧିକ ଗାଡି ଯାତାୟାତ କରି ପାରିବ ଆଉ ଲୋକଙ୍କ ସମୟ ମଧ୍ୟ ବଂଚିବ ।

ଏବେ ପୂର୍ବ ଏବଂ ପଶ୍ଚିମ ଉପ-ସହରାଂଚଳରେ ଯୋଗାଯୋଗ ମଧ୍ୟ ଏହି କାରଣରୁ ଉନ୍ନତ ହୋଇ ଯାଇଛି । କୁରାର ଅଣ୍ଡରପାସ୍ ମଧ୍ୟ ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ମୁଁ ମୁମ୍ବଇର ଲୋକମାନଙ୍କୁ ଏହି ପ୍ରକଳ୍ପ ସମ୍ପୁର୍ଣ୍ଣ ହେବା ଅବସରରେ ବିଶେଷ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଏକବିଂଶ ଶତାବ୍ଦୀରେ ଭାରତକୁ ବହୁତ ଦ୍ରୁତ ଗତିରେ ନିଜର ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ସୁଧାରିବାକୁ ହେବ । ଯେତେ ଦ୍ରୁତ ଗତିରେ ଆମର ସର୍ବସାଧାରଣ ପରିବହନ ବ୍ୟବସ୍ଥା ଆଧୁନିକ ହେବ, ସେତେ ଅଧିକ ଦେଶର ନାଗରିକଙ୍କ ସହାବସ୍ଥାନ ସୁଗମତା ବଢ଼ିବ । ସେମାନଙ୍କର ଗୁଣାତ୍ମକ ଜୀବନ ଶୈଳୀରେ ସୁଖଦ ସୁଧାର ହେବ । ଏହି ଚିନ୍ତାଧାରା ସହିତ ଆଜି ଦେଶରେ ଆଧୁନିକ ଟ୍ରେନ ଚଲା ଯାଉଛି, ମେଟ୍ରୋର ସମ୍ପ୍ରସାରଣ ହେଉଛି, ନୂଆ-ନୂଆ ବିମାନବନ୍ଦର ଏବଂ ବନ୍ଦର ନିର୍ମାଣ କରାଯାଉଛି । କିଛି ଦିନ ପୂର୍ବେ ଯେତେବେଳେ ଦେଶର ବଜେଟ ଆସିଲା, ସେଥିରେ ମଧ୍ୟ ଏହି ଭାବନାକୁ ସଶକ୍ତ କରାଯାଇଛି ଆଉ ଆମର ମୁଖ୍ୟମନ୍ତ୍ରୀ ମହୋଦୟ ଏବଂ ଉପ-ମୁଖ୍ୟମନ୍ତ୍ରୀ ମହୋଦୟ ତାହାର ଭରପୂର ପ୍ରଶଂସା ମଧ୍ୟ କରିଥିଲେ ।

ଭାରତ ଇତିହାସରେ ପ୍ରଥମ ଥର 10 ଲକ୍ଷ କୋଟି ଟଙ୍କା କେବଳ ଭିତିଭୂମିର ବିକାଶ ପାଇଁ ରଖାଯାଇଛି । ଏହା ଗତ 9 ବର୍ଷ ତୁଳନାରେ ହେଉଛି ୫ଗୁଣ ଅଧିକ । ଏଥିରେ ମଧ୍ୟ ରେଳବାଇର ଅଂଶ ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା । ମହାରାଷ୍ଟ୍ର ପାଇଁ ମଧ୍ୟ ରେଳ ବଜେଟରେ ଐତିହାସିକ ବୃଦ୍ଧି ହୋଇଛି । ମୋର ବିଶ୍ୱାସ ଯେ ଡବଲ ଇଂଜିନ ସରକାରଙ୍କର ଡବଲ ପ୍ରୟାସ ଦ୍ୱାରା ଯୋଗାଯୋଗ ଆହୁରି ଦ୍ରୁତ ଗତିରେ ଆଧୁନିକ ହେବ ।

ସାଥୀଗଣ,

ଭିତିଭୂମି କ୍ଷେତ୍ରରେ ନିବେଶ କରାଯାଇଥିବା ପ୍ରତ୍ୟେକ ଟଙ୍କା ନୂତନ ରୋଜଗାରର ସମ୍ଭାବନା ସୃଷ୍ଟି କରିଥାଏ । ଏଥିରେ ଯେଉଁ ସିମେଂଟ ଲାଗିଥାଏ, ବାଲି ଲାଗିଥାଏ, ଲୁହା ଲାଗିଥାଏ, ନିର୍ମାଣରେ ମେସିନ ଲାଗିଥାଏ, ଏହା ସହିତ ଜଡ଼ିତ ପ୍ରତ୍ୟେକ ଉଦ୍ୟୋଗକୁ ଶକ୍ତି ମିଳିଥାଏ । ଏହାଦ୍ୱାରା ବ୍ୟବସାୟ କରୁଥିବା ମଧ୍ୟମ ବର୍ଗକୁ ମଧ୍ୟ ଲାଭ ହୋଇଥାଏ, ଗରିବଙ୍କୁ ରୋଜଗାର ମିଳିଥାଏ । ଏହାଦ୍ୱାରା ଇଞ୍ଜିନିୟର ମାନଙ୍କୁ ରୋଜଗାର ମିଳିଥାଏ, ଶ୍ରମିକମାନଙ୍କୁ ରୋଜଗାର ମିଳିଥାଏ । ଅର୍ଥାତ ଭିତିଭୂମି ଯେତେବେଳେ ସୃଷ୍ଟି ହୋଇଥାଏ, ସେତେବେଳେ ମଧ୍ୟ ସମସ୍ତଙ୍କର ଆୟ ହୋଇଥାଏ ଆଉ ଯେତେବେଳେ ପ୍ରସ୍ତୁତ ହୋଇ ଯାଇଥାଏ, ତାହା ନୂତନ ଉଦ୍ୟୋଗ, ନୂତନ ବ୍ୟବସାୟର ପଥ ଉନ୍ମୁକ୍ତ କରିଥାଏ ।

ଭାଇ ଓ ଭଉଣୀମାନେ,

ଚଳିତ ବଜେଟରେ ମଧ୍ୟମବର୍ଗକୁ କିପରି ଦୃଢ଼ତା ପ୍ରଦାନ କରାଯାଇଛି, ଏହି ବିଷୟରେ ମୁଁ, ମୁମ୍ବଇର ଲୋକଙ୍କୁ ବିଶେଷ ଭାବେ କହିବାକୁ ଚାହୁଁଛି । ତାହା ହୁଏତ ବେତନଧାରୀ ହୁଅନ୍ତୁ ଅବା ପୁଣି ବ୍ୟବସାୟ-କାରବାର ଦ୍ୱାରା ରୋଜଗାର କରୁଥିବା ମଧ୍ୟମବର୍ଗ, ଉଭୟଙ୍କୁ ଏହି ବଜେଟରେ ଖୁସି କରାଯାଇଛି । ଆପଣମାନେ ଦେଖନ୍ତୁ, 2014 ପୂର୍ବରୁ କ’ଣ ସ୍ଥିତି ଥିଲା । ଯେ କୌଣସି ବ୍ୟକ୍ତି ବର୍ଷରେ 2 ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିଲା, ତାହା ଉପରେ ଟିକସ ଲାଗି ଯାଉଥିଲା । ଭାରତ ସରକାର ପ୍ରଥମେ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ କରିଥିଲେ ଆଉ ଚଳିତ ବଜେଟରେ ଏହାକୁ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଂଚାଇ ଦେଇଛନ୍ତି ।

ଆଜି ଯେଉଁ ଆୟ ଉପରେ ମଧ୍ୟମବର୍ଗ ପରିବାରଙ୍କୁ ଟିକସ ଶୂନ ହୋଇଛି, ତାହା ଉପରେ ୟୁପିଏ ସରକାର 20 ପ୍ରତିଶତ ଟିକସ ନେଉଥିଲେ । ଏବେ ଏହି ଯୁବସାଥୀ ଯେଉଁମାନେ ନୂଆ- ନୂଆ ଚାକିରୀ କରିଛନ୍ତି, ଯେଉଁମାନଙ୍କର ମାସିକ ଆୟ 60-65 ହଜାର ପର୍ଯ୍ୟନ୍ତ ଅଛି, ସେମାନେ ଏବେ ଅଧିକ ନିବେଶ କରି ପାରିବେ । ଗରିବ ଏବଂ ମଧ୍ୟମବର୍ଗଙ୍କ ହିତରେ କାର୍ଯ୍ୟ କରୁଥିବା ସରକାର ହିଁ ଏହିଭଳି ନିଷ୍ପତି ନେଇ ଥାଆନ୍ତି ।

ମୋର ସମ୍ପୁର୍ଣ୍ଣ ବିଶ୍ୱାସ ଯେ ସମସ୍ତଙ୍କର ବିକାଶ ଦ୍ୱାରା ସମସ୍ତଙ୍କର ପ୍ରୟାସର ଭାବନାକୁ ସଶକ୍ତ କରୁଥିବା ଏହି ବଜେଟ ପ୍ରତ୍ୟେକ ପରିବାରକୁ ଶକ୍ତି ପ୍ରଦାନ କରିବ । ଆମ ସମସ୍ତଙ୍କୁ ବିକଶିତ ଭାରତର ନିର୍ମାଣ ପାଇଁ ଅଧିକ ପ୍ରୋତ୍ସାହିତ କରିବ । ପୁଣି ଥରେ ମୁମ୍ବଇ ସହିତ ସମ୍ପୁର୍ଣ୍ଣ ମହାରାଷ୍ଟ୍ରକୁ ବଜେଟ ଏବଂ ନୂତନ ଟ୍ରେନଗୁଡ଼ିକ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ବହୁତ- ବହୁତ ଶୁଭକାମନା ଜଣାଉଛି ।

ଆପଣ ସମସ୍ତଙ୍କୁ ଧନ୍ୟବାଦ!

***** 

AH



(Release ID: 1898445) Visitor Counter : 101