ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଜିପ୍ଟ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି

Posted On: 25 JAN 2023 4:21PM by PIB Bhubaneshwar

ମହାମହିମ ରାଷ୍ଟ୍ରପତିଙ୍କ ଶିଶୀ

ଉଭୟ ଦେଶର ମନ୍ତ୍ରୀ ଓ ପ୍ରତିନିଧିଗଣ 

ବନ୍ଧୁଗଣ ଓ ଗଣମାଧ୍ୟମ 

ପ୍ରଥମେ ମୁଁ ରାଷ୍ଟ୍ରପତି ଶିଶୀ ଓ ତାଙ୍କ ପ୍ରତିନିଧିଦଳଙ୍କ ଭାରତ ଆଗମନ ପାଇଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ରାଷ୍ଟ୍ରପତି ଶିଶୀ ଆମର ସାଧାରଣତନ୍ତ୍ର ଦିବସ ସମାରୋହରେ ଆସନ୍ତାକାଲି ମୁଖ୍ୟ ଅତିଥିଭାବେ ଯୋଗଦେବେ । ଏହା ସମଗ୍ର ଭାରତ ବର୍ଷ ନିମନ୍ତେ ଗର୍ବ ଓ ଆନନ୍ଦର ବିଷୟ । ମୁଁ ଖୁସି ଯେ ଇଜିପ୍ଟର ଏକ ସାମରିକ ବାହିନୀ ଆମ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରି ଏହାର ଶୋଭାବର୍ଦ୍ଧନ କରିବେ । 

ବନ୍ଧୁଗଣ, 

ଇଜିପ୍ଟ ଓ ଭାରତ ବିଶ୍ୱର ପ୍ରାଚୀନ ସଭ୍ୟତା ମଧ୍ୟରେ ପରିଗଣିତ ହୋଇଥାନ୍ତି । ଆମର ହଜାର ହଜାର ବର୍ଷ ଧରି ସମ୍ପର୍କ ରହିଆସିଛି । ଗୁଜରାଟର ଲୋଥାଲ ବନ୍ଦର ଜରିଆର ଚାରିହଜାର ବର୍ଷ ପୂର୍ବରୁ ଆମର ବାଣିଜ୍ୟ କାରବାର ଚାଲୁଥିଲା । ବିଶ୍ୱରେ ଅନେକ ପରବର୍ତ୍ତନ ସତ୍ତ୍ୱେ ଆମର ସମ୍ପର୍କ ସ୍ଥିର ରହିବା ସହ ଆମର ସହଯୋଗ ମଧ୍ୟ ନିରବଚ୍ଛିନ୍ନ ଭାବେ ମଜବୁତ ହୋଇଛି ।

 ଗତ କିଛିବର୍ଷ ମଧ୍ୟରେ ଆମର ସହଯୋଗ ଆହୁରି ନିବିଡ ହୋଇଛି ଏବଂ ସେଥିପାଇଁ ଏକ ବିରାଟ ଶ୍ରେୟ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଶିଶୀଙ୍କୁ ଦେଉଛି । 

ଚଳିତବର୍ଷ ଭାରତ ଇଜିପ୍ଟକୁ ଅତିଥି ରାଷ୍ଟ୍ରଭାବେ ଏହାର ଜି-୨୦ ସଭାପତିତ୍ୱ କାଳରେ ଆମନ୍ତ୍ରଣ କରିଛି । ଏହା ଦ୍ୱାରା ଆମର ନିଆର? ବନ୍ଧୁ୍‌ତ୍ୱ ପ୍ରତିଫଳିତ ହୋଇଥାଏ । 

ବନ୍ଧୁଗଣ,

 ଆରବ ସାଗରର ଗୋଟିଏ ପଟରେ ଭାରତ ଓ ଅନ୍ୟ ପଟରେ ଇଜିପ୍ଟ ରହିଛି । ଦୁଇ ଦେଶ ମଧ୍ୟରେ ରଣନୀତିକ ସହଯୋଗ ଯୋଗୁଁ ସମଗ୍ର ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ବଜାୟ ରହିବ । ସେଥିପାଇଁ ଆଜିର ବୈଠକରେ ମୁଁ ଓ ରାଷ୍ଟ୍ରପତି ଶିଶୀ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୀତିକ ଭାଗିଦାରିତା ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛୁ । ଭାରତ-ଇଜିପ୍ଟ ରଣନୀତିକ ଭାଗିଦାରିତାରେ ଆମେ ରାଜନୀତିକ, ସୁରକ୍ଷା, ଆର୍ଥିକ ଓ ବୈଜ୍ଞାନିକ କ୍ଷେତ୍ରରେ ଦୀର୍ଘମିଆଦି ଓ ବ୍ୟାପକ ସହଯୋଗ ରକ୍ଷା କରିବୁ । 

ବିଶ୍ୱରେ ଆତଙ୍କବାଦର ପ୍ରସାର ନିମନ୍ତେ ଉଭୟ ଭାରତ ଓ ଇଜିପ୍ଟ ବ୍ୟଥିତ । ମାନବତା ପାଇଁ ଆତଙ୍କବାଦ ଯେ ସବୁଠାରୁ ଗୁରୁତର ସୁରକ୍ଷା ବାବଦ ବିପଦ ଏଥିରେ ଆମେ ଦୁଇ ଦେଶ ଏକମତ ପୋଷଣ କରୁ । ସୀମାପାର ଆତଙ୍କବାଦର ପରିସମାପ୍ତି ପାଇଁ ମିଳିତ କାର୍ଯ୍ୟାନୁଷ୍ଠାନ ନେଇ ଉଭୟ ଦେଶ ମଧ୍ୟ ସହମତ ପ୍ରକାଶ କରିଛି । ସେଥିପାଇଁ ଆମେ ଉଭୟ ଆର୍ନ୍ତଜାତିକ ଗୋଷ୍ଠୀକୁ ମଧ୍ୟ ସତର୍କ କରାଇବୁ ।

ଆମ ମଧ୍ୟରେ ସୁରକ୍ଷା ଓ ପ୍ରତିରକ୍ଷ।। ସହଯୋଗ ବୃଦ୍ଧି ପାଇଁ ଯଥେଷ୍ଟ ସାମର୍ଥ୍ୟ ରହିଛି । ଉଭୟ ସେନା ଗତ କିଛିବର୍ଷ ମଧ୍ୟରେ ମିଳିତ ତାଲିମ ଓ ସାମର୍ଥ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଆମର ପ୍ରତିରକ୍ଷା ଶିଳ୍ପ ସହ ଆହୁରି ଅଧିକ ସହଯୋଗ ପାଇଁ ଆମେ ଆଜି ସ୍ଥିର କରିିଛୁ ଯେ ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଅଧିକ କରିବୁ । 

ଉଗ୍ରବାଦୀ କାର୍ଯ୍ୟକଳାପ ଓ ଉଗ୍ରବାଦୀ ମତବାଦର ପ୍ରସାର ନିମନ୍ତେ ସାଇବର ସ୍ପେଶ ଅପବ୍ୟବହର ଏକ ଆତଙ୍କ ସୃଷ୍ଟି କରୁଛି । ଆମେ ଏହା ବିରୁଦ୍ଧରେ ସହଯୋଗର ହାତ ବଢାଇବୁ । 

ବନ୍ଧୁଗଣ, 

ବୈଶିକ କୋଭିଡ ମହାମାରୀ କାଳରେ ଆମେ ସ୍ୱାସ୍ଥ୍ୟସେବା ଯତ୍ନ ଭିତ୍ତିଭୂମି ଉପରେ ଖରାପ ପ୍ରଭାବ ସହ ବୈଶ୍ୱିକ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଖୁବ୍ ନିକଟରୁ ଦେଖିଛୁ । ଏହି ଆହ୍ୱାନମୂଳକ ପରିସ୍ଥିତି କାଳରେ ମୁଁ ଓ ରାଷ୍ଟ୍ରପତି ଶିଶୀ ଯୋଗାଯୋଗରେ ରହିଥିଲୁ ଓ ଉଭୟେ ପରସ୍ପରକୁ ଆବଶ୍ୟକସ୍ଥଳେ ତୁରନ୍ତ ସହାୟତା ପଠାଇଥିଲୁ ।

 କୋଭିଡ ଓ ୟୁକ୍ରେନ ପରିସ୍ଥିତି ଯୋଗୁଁ ଘୋର ବାଧାପ୍ରାପ୍ତ ଖାଦ୍ୟ ଓ ଔଷଧପତ୍ର ଯୋଗାଣ ସ୍ଥିତି ନେଇ ଆମେ ଆଜି ବିଶଦ ଆଲୋଚନା କରିଛୁ । ଏହି କ୍ଷେତ୍ରରେ ପାରସ୍ପାରିକ ବିନିଯୋଗ ଓ ବାଣିଜ୍ୟ ଉପରେ ଆମେ ସହମତ ହୋଇଛୁ । ଉଭୟେ ଆମର ଦ୍ୱିପାକ୍ଷିକ ବାଣିଜ୍ୟ ଆଗାମୀ ପାଂଚ ବର୍ଷ ମଧ୍ୟରେ ୧୨ବିଲିୟନ ଡଲାର ପର୍ଯ୍ୟନ୍ତ ନେବାକୁ ସ୍ଥିର କରାଯାଇଛି ।

ବନ୍ଧୁଗଣ,

ଆମେ ସଫଳତାର ସହ ସିଓପି-୨୭ ଆୟୋଜନ କରିବା ତଥା ବିକାଶମୁଖୀ ଦେଶ ସମୂହ ଜଳବାୟୁ କ୍ଷେତ୍ରରେ ଯେପରି ସହଯୋଗ କରିବେ ତାକୁ ସୁନିଶ୍ଚିତ କରିବା ନିମନ୍ତେ ଇଜିପ୍ଟକୁ ପ୍ରଶଂସା କରୁଛୁ । 

ଭାରତ ଓ ଇଜିପ୍ଟ ଜାତିସଂଘ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ମଂଚ ସହ ବହୁଦିନରୁ ଉତ୍ତମ ସମ୍ପର୍କ ରହିଆସିଛି । ଉଭୟେ ଆମେ ଆର୍ନ୍ତଜାତିକ ବିବାଦକୁ କୂଟନୀତି ଓ କଥାବାର୍ତ୍ତା ଜରିଆରେ ସମାଧାନ କରିବା ପାଇଁ ସହମତ ହୋଇଛୁ ।

ମହାମହିମଗଣ,

ମୁଁ ପୁନର୍ବାର ଭାରତକୁ ଆସିଥିବାରୁ ଆପଣ ଓ ଆପଣଙ୍କ ପ୍ରତିନିଧି ଦଳକୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ମୁଁ ଆପଣ ଓ ଇଜିପ୍ଟ ବାସୀଙ୍କ ମଧ୍ୟ ଶୁଭ ନବ ବର୍ଷ କାମନା କରୁଛି ।

 

*****

SM/SLP

 



(Release ID: 1893787) Visitor Counter : 123