ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡିଜିଟାଲ ନେଣଦେଣ ଅନେକଙ୍କ ଜୀବନକୁ ସହଜ ଓ ଆରାମଦାୟକ କରିପାରିଛି: ପ୍ରଧାନମନ୍ତ୍ରୀ

प्रविष्टि तिथि: 22 JAN 2023 12:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି, ଡିଜିଟାଲ ନେଣଦେଣ ଅନେକଙ୍କ ଜୀବନକୁ ସହଜ ଓ ଆରାମଦାୟକ କରିଛି ।

 

ଜଣେ ନାଗରିକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

 

“ଡିଜିଟାଲ ନେଣଦେଣ ଅନେକଙ୍କ ଜୀବନକୁ ସହଜ ଓ ଆରାମଦାୟକ କରିଛି । ଏ ସମ୍ପର୍କରେ ଆପଣଙ୍କୁ ଅନେକ ଉପାଖ୍ୟାନ ମିଳିପାରିବ ।’’ 

 

ସେହିପରି ଭାରତରେ ଡିଜିଟାଲ ନେଣଦେଣର ଗ୍ରହଣୀୟତା ସମ୍ପର୍କରେ ଜଣେ ପ୍ରବାସୀ ଭାରତୀୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

 

“ସାରା ଭାରତରେ ଏହା ଏକ ସାଧାରଣ ଦୃଶ୍ୟ... ଆମ ଲୋକେ ପ୍ରଯୁକ୍ତି ଓ ନବାଚାରକୁ ଆପଣାଇବାରେ ଉଲ୍ଲେଖନୀୟ ନିପୁଣତା ପ୍ରଦର୍ଶନ କରିଛନ୍ତି ।’’ 

 

SR


(रिलीज़ आईडी: 1892787) आगंतुक पटल : 182
इस विज्ञप्ति को इन भाषाओं में पढ़ें: Urdu , Kannada , English , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Malayalam