ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରେଷ୍ଠ ମୂଳ ଗୀତ ‘ନାଟୁ ନାଟୁ' ପାଇଁ ଗୋଲଡେନ୍ ଗ୍ଲୋବ ପୁରସ୍କାର ଜିତିଥିବାରୁ ଆରଆରଆର ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 JAN 2023 8:02PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରେଷ୍ଠ ମୂଳ ଗୀତ ‘ନାଟୁ ନାଟୁ' ପାଇଁ ଗୋଲଡେନ୍ ଗ୍ଲୋବ ପୁରସ୍କାର ଜିତିବା ପାଇଁ ଆରଆରଆର ର ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଆରଆରଆର ଚଳଚ୍ଚିତ୍ର ଦ୍ୱାରା ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଏକ ବିଶେଷ ସଫଳତା! ଏମ ଏମ କିରାବାଣୀ, ପେମ ରକ୍ଷିତ, କାଳ ଭୈରବ, ଚନ୍ଦ୍ରାବୋଷ, ରାହୁଳ ସିପିଲଗୁଞ୍ଜଙ୍କୁ ଅଭିନନ୍ଦନ । ମୁଁ ମଧ୍ୟ ଏସ ଏସ ରାଜାମୌଳି, ଜୁନିୟର ଏନଟିଆର, ରାମ ଚରଣ ଏବଂ ଆରଆରଆର ଚଳଚ୍ଚିତ୍ରର ସମସ୍ତ ଦଳକୁ ଅଭିନନ୍ଦନ ଜଣାଉଛି । ଏହି ପ୍ରତିଷ୍ଠିତ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କୁ ବହୁତ ଗର୍ବିତ କରିଛି ।”

HS


(ରିଲିଜ ଆଡି: 1890820) ପରିଦର୍ଶକ କାଉଣ୍ଟର : 167