ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ ଅବସରରେ ସ୍ତମ୍ଭ ଲେଖିଲେ ପ୍ରଧାନମନ୍ତ୍ରୀ
ଆସନ୍ତୁ ସମସ୍ତେ ମିଶି ଭାରତର ଜି୨୦ ଅଧ୍ୟକ୍ଷତାକୁ ସମାଧାନ, ସଦ୍ଭାବ ଓ ଆଶାର ଏକ ଅଧ୍ୟକ୍ଷତାରେ ପରିଣତ କରିବା
Posted On:
01 DEC 2022 10:20AM by PIB Bhubaneshwar
ଆଜି ଭାରତ ବିଧିବଦ୍ଧ ଭାବେ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ୍ (ସ୍ତମ୍ଭ) ଜରିଆରେ ନିଜର ଅନ୍ତର୍ଦୃଷ୍ଟି ଉପସ୍ଥାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି :
‘‘ଭାରତ ଆଜି ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି, ବିଶେଷ ଅବସରରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ ଜରିଆରେ ନିଜର ଅନ୍ତର୍ଦୃଷ୍ଟି ବ୍ୟକ୍ତ କରିଛନ୍ତି ।
‘‘ସାମଗ୍ରିକ ଭାବେ ମାନବଜଗତର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ଭାରତକୁ ଜି୨୦ ଅଧ୍ୟକ୍ଷତା ମିଳିଛି।’’
‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ।’’
‘‘ଆଜି ସାରା ବିଶ୍ବ ଯେଉଁସବୁ ବଡ଼ ସମସ୍ୟାର ସମ୍ମୁଖିନ ହେଉଛି, କେବଳ ମିଳିତ ଭାବେ କାର୍ଯ୍ୟ କରି ସେସବୁ ସମସ୍ୟାର ସମାଧାନ କରାଯାଇପାରିବ ।
‘‘ଭାରତ ବିଶ୍ବର ଏକ ସୂକ୍ଷ୍ମ ଜାଗତିକ ପ୍ରତିକୃତି।’’
‘‘ଭାରତରେ ସାମୂହିକ ନିର୍ଣ୍ଣୟ ନେବାର ସର୍ବପ୍ରାଚୀନ ପରମ୍ପରା ରହିଛି । ଗଣତନ୍ତ୍ରର ମୌଳିକ ଡିଏନଏରେ ଭାରତର ଅମୂଲ୍ୟ ଯୋଗଦାନ ରହିଛି ।’’
‘‘ନାଗରିକଙ୍କ କଲ୍ୟାଣ ପାଇଁ ପ୍ରଯୁକ୍ତିର ଉପଯୋଗ କରିବା।’’
‘‘ଆମ ପୃଥିବୀର ସମସ୍ୟା ସମାଧାନ କରିବା, ଆମର ଗୋଟିଏ ପରିବାର ମଧ୍ୟରେ ସଦ୍ଭାବ ପ୍ରତିଷ୍ଠା କରିବା ଏବଂ ଆମର ଏକ ଭବିଷ୍ୟତ ପାଇଁ ଆଶା ଜାଗ୍ରତ କରିବା ପ୍ରତି ଆମେ ପ୍ରାଥମିକତା ଦେବୁ।’’
‘‘ଭାରତର ଜି୨୦ ଅଧ୍ୟକ୍ଷତା ସମାବେଶୀ, ମହତ୍ବାକାଂକ୍ଷୀ, କାର୍ଯ୍ୟ ଉନ୍ମୁଖୀ ଏବଂ ନିର୍ଣ୍ଣାୟକ ହେବ।’’
‘‘ଆସନ୍ତୁ ସମସ୍ତେ ମିଶି ଭାରତର ଜି୨୦ ଅଧ୍ୟକ୍ଷତାକୁ ସମାଧାନ, ସଦ୍ଭାବ ଓ ଆଶାର ଏକ ଅଧ୍ୟକ୍ଷତାରେ ପରିଣତ କରିବା।’’
ପ୍ରଧାନମନ୍ତ୍ରୀ ମଧ୍ୟ @narendramodi ରୁ କେତେକ ବିବରଣୀ ଶେୟାର କରିଛନ୍ତି ଏବଂ ଜି୨୦ ରାଷ୍ଟ୍ରର ନେତାମାନଙ୍କ ସହିତ ସମ୍ପର୍କ ଯୋଡ଼ିବା ଲାଗି ଚେଷ୍ଟା କରିଛନ୍ତି ।
ସେ ଟୁଇଟ୍ କରିଛନ୍ତି
‘‘ଆଜି, ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରୁଛି, ଆଗାମୀ ବର୍ଷଗୁଡ଼ିକରେ ବିଶ୍ବ କଲ୍ୟାଣ ପାଇଁ ଆମେ କିଭଳି ଏକ ସମାବେଶୀ, ମହତ୍ବାକାଂକ୍ଷୀ, କାର୍ଯ୍ୟ ଉନ୍ମୁଖୀ ଏବଂ ନିର୍ଣ୍ଣାୟକ ଏଜେଣ୍ଡା ନେଇ କାମ କରିବାକୁ ଚାହୁଁଛୁ ସେ ସମ୍ପର୍କରେ ନିଜର ମତ ବ୍ୟକ୍ତ କରିଛି ।
#G20India
@JoeBiden @planalto
ମୁଁ ଦୃଢ଼ ଭାବେ ବିଶ୍ବାସ କରିଥାଏ ଯେ ସାମଗ୍ରିକ ଭାବେ ମାନବତାର କଲ୍ୟାଣ ପାଇଁ ଚିରାଚରିତ ମାନସିକତାକୁ ବଦଳାଇ ଆଗକୁ ବଢ଼ିବା ଲାଗି ବର୍ତ୍ତମାନ ହିଁ ଉପଯୁକ୍ତ ସମୟ । #G20India
@MohamedBinZayed @AlsisiOfficial @RishiSunak @vonderleyen
ଏକତା ସପକ୍ଷରେ ଯୁକ୍ତି ବାଢ଼ୁଥିବା ଏବଂ ବୈଶ୍ବିକ ସମସ୍ୟାର ସମାଧାନ ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବାର୍ତ୍ତା ଦେଉଥିବା ଆମର ପ୍ରାଚୀନ ପରମ୍ପରାରେ ଅନୁପ୍ରାଣିତ ହେବା ଲାଗି ଏହା ହିଁ ସଠିକ ସମୟ । #G20India
@sanchezcastejon @KumarJugnauth @BDMOFA @President_KR”
ସମ୍ପୂର୍ଣ୍ଣ ବ୍ଲଗ ପଢ଼ିବା ଲାଗି ଏଠାରେ କ୍ଲିକ୍ କରନ୍ତୁ
https://pib.gov.in/PressReleseDetail.aspx?PRID=1880141
******
P.S.
(Release ID: 1880406)
Visitor Counter : 213
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam