ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 26 NOV 2022 10:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଶ୍ରୀ ମୋଦୀ ଟୁଇଟ୍‍ କରିଛନ୍ତି:

“ବିକ୍ରମ ଗୋଖଲେ ଜୀ ଜଣେ ସୃଜନଶୀଳ ଏବଂ ବହୁମୁଖୀ ଅଭିନେତା ଥିଲେ । ତାଙ୍କର ଦୀର୍ଘ ଅଭିନୟ ଜୀବନରେ ଅନେକ ଆକର୍ଷଣୀୟ ଭୂମିକା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ତାଙ୍କ ଦେହାନ୍ତରେ  ଅତ୍ୟନ୍ତ  ଦୁଃଖିତ  । ତାଙ୍କ   ପରିବାର,  ବନ୍ଧୁ ଏବଂ  ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”

HS



(Release ID: 1879238) Visitor Counter : 101