ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ ଭୁଟାନ ଉପଗ୍ରହ ଭୁଟାନବାସୀଙ୍କ ସହ ଆମର ବିଶେଷ ସମ୍ପର୍କର ଏକ ପ୍ରମାଣ: ପ୍ରଧାନମନ୍ତ୍ରୀ
ମିଳିତ ଭାବେ ବିକଶିତ ଭାରତ ଭୁଟାନ ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଡିଆଇଟିଟି ଭୁଟାନ ଏବଂ ଇସ୍ରୋକୁ ପ୍ରଶଂସା କରିଛନ୍ତି
Posted On:
26 NOV 2022 6:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭୁଟାନର ଲୋକଙ୍କ ସହ ଆମର ବିଶେଷ ସମ୍ପର୍କର ପ୍ରମାଣ ହେଉଛି ଭାରତ ଭୁଟାନ ଉପଗ୍ରହ । ମିଳିତ ଭାବେ ବିକଶିତ ଏହି ଉପଗ୍ରହର ସଫଳ ଉତକ୍ଷେପଣରେ ଶ୍ରୀ ମୋଦୀ ଭୁଟାନର ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିକମ୍ (ଡିଆଇଟିଟି) ବିଭାଗ ଏବଂ ଇସ୍ରୋକୁ ପ୍ରଶଂସା କରିଛନ୍ତି ।
ଭାରତ-ଭୁଟାନ ଉପଗ୍ରହର ସଫଳ ଉତ୍କ୍ଷେପଣ ସଂକ୍ରାନ୍ତରେ ଭୁଟାନର ମହାମହିମ ରାଜାଙ୍କର ଏକ ବାର୍ତ୍ତା ଏବଂ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତ ଭୁଟାନ ଉପଗ୍ରହ ଭୁଟାନର ଲୋକଙ୍କ ସହ ଆମର ବିଶେଷ ସମ୍ପର୍କର ଏକ ପ୍ରମାଣ । ଏହି ମିଳିତ ବିକଶିତ ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ମୁଁ ଭୁଟାନର ଡିଆଇଟିଟି ଏବଂ ଇସ୍ରୋକୁ ପ୍ରଶଂସା କରୁଛି ।”
HS
(Release ID: 1879236)
Visitor Counter : 102
Read this release in:
Kannada
,
Bengali
,
English
,
Urdu
,
Marathi
,
Hindi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam