ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୋଆ ଠାରେ ଆୟୋଜିତ ୫୩ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ପୁରସ୍କାରପ୍ରାପ୍ତ ତେଲୁଗୁ ଅଭିନେତା ଚିରଞ୍ଜିବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 21 NOV 2022 2:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ଠାରେ ଆୟୋଜିତ ୫୩ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ପୁରସ୍କାରପ୍ରାପ୍ତ ତେଲୁଗୁ ଅଭିନେତା ଚିରଞ୍ଜିବୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଚିରଞ୍ଜିବୀ ଗାରୁ ଅସାଧାରଣ । ନିଜ ଉଲ୍ଲେଖନୀୟ କାର୍ଯ୍ୟ, ବିବିଧ ଭୂମିକା ଓ ଚମତ୍କାର ସ୍ୱଭାବ ପାଇଁ ବିଭିନ୍ନ ପୀଢିର ଫିଲ୍ମ ପ୍ରେମୀଙ୍କ ପ୍ରିୟ ହୋଇ ପାରିଛନ୍ତି । @IFFIGoaରେ ତାଙ୍କୁ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ପୁରସ୍କାର ମିଳିଥିବାରୁ ଅଭିନନ୍ଦନ ଜଣାଉଛି ।”

 

SR



(Release ID: 1877750) Visitor Counter : 111