ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାନ ରାଜ୍ୟ ଅରୁଣାଚଳ ପ୍ରଦେଶ ପାଇଁ କାମ କରିବା ଏବଂ ଏହାର ବାସ୍ତବିକ କ୍ଷମତାର ଅନୁଭବ କରାଇବା ଲାଗି ସହାୟତା କରିବା ସମ୍ମାନର ବିଷୟ: ପ୍ରଧାନମନ୍ତ୍ରୀ


ଅରୁଣାଚଳର ବିକାଶ କାର୍ଯ୍ୟ ଉପରେ ଲୋକଙ୍କ ପ୍ରତିକି୍ରୟାର ଜବାବ ଦେଲେ ପ୍ରଧାନମନ୍ତ୍ରୀ

Posted On: 20 NOV 2022 9:59AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତକାଲି ଆରମ୍ଭ କରାଯାଇଥିବା ଉନ୍ନୟନମୂଳକ ପଦକ୍ଷେପଗୁଡ଼ିକ ବାବଦରେ ଲୋକମାନେ ଯେଉଁଭଳି ପ୍ରଶଂସା କରିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ତାହାର ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗତକାଲି ଡୋନି ପୋଲୋ ବିମାନବନ୍ଦର, ଇଟାନଗର ଉଦଘାଟନ କରିଥିଲେ ଏବଂ ୬୦୦ ମେଗାୱାଟ କାମେଙ୍ଗ ଜଳବିଦୁ୍ୟତ ଷ୍ଟେସନକୁ ଲୋକାର୍ପଣ କରିଥିଲେ ।

ଉତ୍ତରପୂର୍ବ ଅଞ୍ଚଳରେ ବିମାନ ସଂଯୋଗରେ ହୋଇଥିବା ଆଖିଦୃଶିଆ ବୃଦ୍ଧି ସଂକ୍ରାନ୍ତରେ ଦିଆଯାଇଥିବା ଏକ ମତାମତ ବାବଦରେ, ପ୍ରଧାନମନ୍ତ୍ରୀ କହିଛନ୍ତି, 

‘‘ହଁ, ଉତ୍ତର ପୂର୍ବ ଅଞ୍ଚଳରେ ସଂଯୋଗ ଦୃଷ୍ଟିରୁ ଏହା ଏକ ବିରାଟ ପରିବର୍ତ୍ତନ । ଏହା ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନକୁ ସମ୍ଭବ ବନାଇବ ଏବଂ ଉତ୍ତର ପୂର୍ବ ଅଞ୍ଚଳର ଲୋକଙ୍କୁ ସହଜରେ ଦେଶର ଅନ୍ୟ ଭାଗଗୁଡ଼ିକୁ ଯାତ୍ରା କରିବାର ସୁବିଧା ଯୋଗାଇବ ।’’

ଯେବେ ଜଣେ ନାଗରିକ ରାଜ୍ୟର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତା ନେଇ ଉଲ୍ଲେଖ କଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ:

‘‘ଅରୁଣାଚଳ ପ୍ରଦେଶର ଲୋକ ଅସାଧାରଣ । ସେମାନଙ୍କର ଦେଶଭକ୍ତି ଭାବନା ଅତୁଟ । ଏହି ମହାନ ରାଜ୍ୟ ନିମନ୍ତେ କାମ କରିବା ଏବଂ ଏହାର ବାସ୍ତବିକ କ୍ଷମତାର ଅନୁଭବ କରାଇବାରେ ସହାୟତା କରିବା ସମ୍ମାନର ବିଷୟ ।’’

SR



(Release ID: 1877508) Visitor Counter : 108